ଭୋଟର ତାଲିକାର ସଂକ୍ଷିପ୍ତ ସଂଶୋଧନ ଅଭିଯାନ-2024

ବାଲିଗୁଡା,18-11-2023ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀ,ଙ୍କ ନିର୍ଦେଶ କ୍ରମେ ଆଜି ବାଲିଗୁଡା ଉପଜିଲ୍ଲାପାଳ ଶ୍ରୀମତୀ ମଧୁମିତାଙ୍କ ନେତୃତ୍ବରେ ଉପଖଣ୍ଡର ନୂତନ ଭୋଟରଙ୍କୁ ସଚେତନ କରିବା ସହିତ ଭୋଟର ତାଲିକାରେ ସେମାନଙ୍କ ନାମ ପଞ୍ଜିକରଣ କରିବା ନିମନ୍ତେ ଭୋଟର ତାଲିକାର ସଂକ୍ଷିପ୍ତ ସଂଶୋଧନ ଅଭିଯାନ-2024 ଜାରି ରହିଛି । ଏହି ପରିପ୍ରେକ୍ଷୀରେ ଉପଖଣ୍ଡ ପ୍ରଶାସନ ଦ୍ଵାରା ସ୍ତାନୀୟ ଆଦିବାସୀ ମହାବିଦ୍ୟାଳୟ ଏବଂ କେ.ବି. ହିଷ୍ଟି କଲେଜ ଠାରେ ବୈଠକ ଆୟୋଜନ କରି ନୂତନ ଭୋଟରଙ୍କୁ ସଚେତନ କରିବା ସହିତ 180 ଜଣ ଛାତ୍ରଛାତ୍ରୀଙ୍କ ନାମ ଭୋଟର ତାଲିକାରେ ପଞ୍ଜିକରଣ କରା କରାଯାଇଥିଲା ।

ଏହିକାର୍ଯ୍ୟକ୍ରମରେ ଉପଜିଲାପାଳ ଶ୍ରୀମତୀ ମଧୁମିତା ଉପସ୍ଥିତ ରହି ନୂତନ ଭୋଟରଙ୍କୁ ଉତ୍ସାହିତ କରିଥିବା ବେଳେ ସ୍ଥାନୀୟ ବିଏଲଓ ମାନେ ଛାତ୍ରଛାତ୍ରୀଙ୍କ ନାମ ଭୋଟର ତାଲିକାରେ ପଞ୍ଜିକରଣ କରିଥିଲେ । ଏବଂ ସହାୟକ ଜିଲ୍ଲାପାଳ ଶ୍ରୀ ରୂପକ କୁଜୁର, ଉପଖଣ୍ଡ ସୂଚନା ଏବଂ ଲୋକ ସଂପର୍କ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ଖୋସ୍ଲା ଉପସ୍ଥିତ ଥିଲେ ।

Bhabani Shankar jena reporter

Leave a Reply

Your email address will not be published. Required fields are marked *