ରାୟଗଡ ଆର୍ଯ୍ୟ ସମାଜ ପକ୍ଷରୁ ଶ୍ରାବଣୀ ଉପାକର୍ମ ଅନୁଷ୍ଠିତ

ରାୟଗଡ ଆର୍ଯ୍ୟ ସମାଜ ପକ୍ଷରୁ ଶ୍ରାବଣୀ ଉପାକର୍ମ ଅନୁଷ୍ଠିତ ରାୟଗଡ଼ା ତା ୦୭-୦୯-୨୩ ରାୟଗଡା ପୌର ପରିଷଦ ଅନ୍ତର୍ଗତ ସ୍ବାମୀ ବିବେକା ନନ୍ଦ ବିଦ୍ୟା ମନ୍ଦିର ପରିସରରେ ରାୟଗଡା ଜିଲ୍ଲା ଆର୍ଯ୍ୟ ସମାଜ ପକ୍ଷରୁ ଶ୍ରାବଣୀ ଉପାକ୍ରମ ଓ ଦେବ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଶ୍ରାବଣ ପୂର୍ଣ୍ଣିମା ଦିନ ଠାରୁ ଆରମ୍ଭ ହୋଇଥିବା ଏହି ଶ୍ରାବଣୀ ଉପା କ୍ରମ ଜନ୍ମାଷ୍ଟମୀ ତିଥିରେ ଶେଷ ହୋଇଛି । ଏହି ଅବସରରେ ପ୍ରତ୍ୟେକ ପରିବାର ନିକଟରେ ଆର୍ଯ୍ୟ ସମାଜର କାର୍ଯ୍ୟକର୍ତ୍ତା ପହଞ୍ଚି ବୈଦିକ ଯଜ୍ଞ ଆୟୋଜନ କରିଥିଲେ । ଶ୍ରାବଣୀ ଉପା କ୍ରମ ଓ ବୈଦିକ ଯଜ୍ଞର ଉଦଯାପନ ଉତ୍ସବରେ ବେଦ ଧାମ ଓ ଶ୍ରୁତି ନ୍ୟାସର ପ୍ରତିଷ୍ଠାତା ସ୍ବାମୀ ସୁଧାନନ୍ଦ ସରସ୍ଵତୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବେଦ ପ୍ରେମୀମାନଙ୍କୁ ପ୍ରବଚନ ଦେଇଥିଲେ ।

ରାୟଗଡ ଆର୍ଯ୍ୟ ସମାଜର ସଭାପତି ଶ୍ରୀ ରାଜ କିଶୋର ସାହୁ ଅତିଥି ପରିଚୟ କରିବା ସହ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ବହୁ ସଂଖ୍ୟାରେ ମାଆମାନେ ବୈଦିକ ଯଜ୍ଞରେ ଅଂଶ ଗ୍ରହଣ କରି ଆହୁତି ପ୍ରଦାନ କରିଥିଲେ । ଆର୍ଯ୍ୟ ସମାଜର ସମସ୍ତ କାର୍ଯ୍ୟକର୍ତ୍ତା ଶ୍ରାବଣୀ ଉପାକ୍ରମ ଆୟୋଜନରେ ସହଯୋଗ କରିଥିଲେ । ପ୍ରତିବର୍ଷ ପରି ଏପରି ଭବ୍ୟ ଯଜ୍ଞ ଉତ୍ସବ ଅନୁଷ୍ଠିତ ହେଉଥିବାରୁ ଶ୍ରଦ୍ଧାଳୁମାନେ ଆର୍ଯ୍ୟ ସମାଜ କାର୍ଯ୍ୟର ଉଚ୍ଚ ପ୍ରଶଂସା କରିଥିଲେ ।