ଶ୍ରୀକ୍ଷେତ୍ର ମହୋତ୍ସବ ଉଦଯାପିତ
ପୁରୀ ୨/୨ – ୫ ଦିନିଆ ଶ୍ରୀକ୍ଷେତ୍ର ମହୋତ୍ସବ ଉଦଯାପିତ ହୋଇଛି।ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଜିଲ୍ଲା ପ୍ରଶାସନ,ଜାଗା ଆଖଡା କମିଟି ଓ ଓରମାସ ର ମିଳିତ ସହଯୋଗ ରେ ଶରଧାବାଲି ଠାରେ ଅନୁଷ୍ଠିତ ଶ୍ରୀକ୍ଷେତ୍ର ମହୋତ୍ସବ ସାହିଯାତ ଓ ଆଖଡା ର ପାରମ୍ପରିକ କାର୍ଯ୍ୟକ୍ରମ ମାଧ୍ୟମରେ ଶେଷ ହୋଇଛି। ଶେଷ ଦିବସରେ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ଦିଲ୍ଲୀପ କୁମାର ମହାପାତ୍ର, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ମହାପାତ୍ର, ପୁରୀ ପୌରନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ସଂସ୍କୃତି ଅଧିକାରୀ ହେମନ୍ତ ବେହେରା, ଓରମାସ ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ପ୍ରଶାନ୍ତ କୁମାର ଦାସ, ବରିଷ୍ଠ ସେବାୟତ ରାମକୃଷ୍ଣ ଦାସ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ କ୍ରିଡାବିତ ଜୟନ୍ତୀ ବେହେରା, ଶିଳ୍ପୀଗୁରୁ ଦେବେନ୍ଦ୍ର ମିଶ୍ର ସମାଜସେବୀ ଗଜଲକ୍ଷ୍ମୀ ରାୟ, ସାହିତ୍ୟିକ କୁନ୍ତଳା ଆଚାର୍ଯ୍ୟ,ଯୁବ ପ୍ରତିଭା ସୌମ୍ୟ ରଞ୍ଜନ ମିଶ୍ର,ବରିଷ୍ଠ ସଂଗୀତ ଗୁରୁ ମାନଙ୍କୁ,ମାଟି ମଣ୍ଡପ ସାହିର ସଭାପତି ନାରାୟଣ ମହାପାତ୍ର ଓ ସମ୍ପାଦକ ମୋହନ ମହାପାତ୍ର, ଗୌଡ଼ବାଡ ସାହି ସଭାପତି ରବି ନାରାୟଣ ଗୁରୁ ଓ ସମ୍ପାଦକ ଦାମୋଦର ମହାପାତ୍ରଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ। ପୁରସ୍କାର କାର୍ଯ୍ୟକ୍ରମ କୁ ଓରମାସ ର ସହକାରୀ କାର୍ଯ୍ୟ ନିର୍ବାହୀ ଉପେନ୍ଦ୍ର ବେହେରା ପରିଚାଳନା କରିଥିଲେ।ବରିଷ୍ଠ ସଦସ୍ୟ ଚକ୍ରଧର ମହାପାତ୍ର ଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ବରିଷ୍ଠ ସଦସ୍ୟ ପ୍ରଫୁଲ୍ଲ କୁମାର ସାମନ୍ତରାୟ, ମହୋତ୍ସବ କମିଟିର ଯୁଗ୍ମ ସମ୍ପାଦକ ଅନନ୍ତ ତିଆଡି, ବରିଷ୍ଠ ସଦସ୍ୟ ନରେନ୍ଦ୍ର କୁମାର ମହାନ୍ତି, ପ୍ରଦ୍ୟୁମ୍ନ କୁମାର ମିଶ୍ର,କୃଷ୍ଣ ଚନ୍ଦ୍ର ସାମନ୍ତରାୟ,ଚନ୍ଦନ ପ୍ରତିହାରୀ,ଶ୍ୟାମ ସୁନ୍ଦର ମହାପାତ୍ର, ବାସୁଦେବ ତିଆଡି, ସୁରେନ୍ଦ୍ର ନାୟକ ପ୍ରମୁଖ ଯୋଗ ଦେଇଥିଲେ।ମାଟି ମଣ୍ଡପ ଓ ଗୌଡ଼ବାଡ ସାହି ପକ୍ଷରୁ ପାରମ୍ପରିକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।