ଦସ୍ତଖତ ସଂଗ୍ରହ କାର୍ଯ୍ୟକ୍ରମ
ଜଟଣୀ:- ଉତ୍କଳ ଗୌରବ ମଧୁସୂଦନ ଦାସ ଙ୍କୁ ଭାରତ ରତ୍ନ ସନ୍ମାନ ଦାବିରେ ଦସ୍ତଖତ ସଂଗ୍ରହ। ମଧୁବାବୁଙ୍କୁ ଭାରତରତ୍ନ ଦାବି, ସଂସଦରେ ରହୁ ପ୍ରତିମୂର୍ତି, ମଧୁ ବାବୁଙ୍କ ନାମରେ ଚାଲୁ ଟ୍ରେନ୍, ୧୬ରାଜ୍ୟ ପରେ ଜଟଣୀରୁ ସ୍ୱାକ୍ଷର ଅଭିଯାନ। ଉତ୍କଳ ଗୈାରବ ମଧୁସୂଦନ ଦାସଙ୍କୁ ମରୋଣତୋର ଭାରତରତ୍ନ ପ୍ରଦାନ ଦାବି ଯୋର ଧରିଛି। ଏନେଇ ରାଜଧାନୀର ବିଭିନ୍ନ ଆଇନଜୀବୀ ଏବଂ ଜଟଣୀର ଆଇନଜୀବୀ ଓ ବୁଦ୍ଧିଜିବୀ ଉପସ୍ଥିତିରେ ଜଟଣୀ ଜୁଡିସିଆଲ କୋର୍ଟ ନିକଟରୁ ଦସ୍ତଖତ ସଂଗ୍ରହ ଅଭିଯାନ କରାଯାଇଛି। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ମଧୁବାବୁଙ୍କ ପ୍ରତିମୂର୍ତିି ସଂସଦ ଭବନ ପରିସରରେ ସ୍ଥାପନା, ଉତ୍କଳ ଗୌରବ ମଧୁସୂଦନଙ୍କ ନାମରେ ରେଳ ଗାଡି ଚଲାଇବା, ମଧୁ ବାବୁଙ୍କ ଜୟନ୍ତୀ ଦିନ ସରକାରୀ ଛୁଟି ଘୋଷଣା ଓ କୋର୍ଟ ନିକଟ ରାସ୍ତାକୁ ମଧୁ ବାବୁଙ୍କ ନାମରେ ନାମକରଣ କରିବା ପାଇଁ ଦାବି କରାଯାଇଛି । ଫୋରମର ଆବାହକ ଲିଙ୍ଗରାଜ ସାହୁଙ୍କ ଅଧ୍ୟକ୍ଷତାରେ ହାଇକୋର୍ଟ ଆଇନଜୀବୀ ସରୋଜ କୁମାର ସାହୁ ଏହାକୁ ସଂଯୋଜନା କରିଥିଲେ। ଏଥିରେ ଜଟଣୀ ବାର୍ ଆସୋସିଏସନ୍ ର ସଭାପତି ହାଇକୋର୍ଟର ସଭାପତି ଆଇନଜୀବୀ ନିରଞ୍ଜନ ପଣ୍ଡା, ପୂର୍ବତନ ସମ୍ପାଦକ ସଞ୍ଜୟ କୁମାର ମହାପାତ୍ର, ବିଜୟ ମହାପାତ୍ର, କେ ନାଗେଶ୍ୱର ରାଓ, ପ୍ରଦୀପ କୁମାର, ସୁଭ୍ରାଶୁଂ ଶେଖର ଜେନା, ଅକ୍ଷାଂଶୁ ଶେଖର ନାୟକଙ୍କ ସମେତ ବହୁ ଆଇନଜୀବୀ ଏବଂ ବୁଦ୍ଧିଜିବୀ ମାନଙ୍କ ଉପସ୍ଥିତିରେ ବୈଠକ ସହିତ ଧାଡିବାନ୍ଧି ଜୟ ଗାନ କରାଯାଇଥିଲା। ମଧୁବାବୁଙ୍କୁ ଓଡିଆ ଜାତିର ସନ୍ମାନ ପ୍ରୟାସ କରାଯାଇଥିଲା, ଯେଭଳି ଜାତିର ପିତା ମହାତ୍ମା ଗାନ୍ଧୀ, ଦେଶର ପ୍ରଥମ ରାଷ୍ଟ୍ରପତି ବାବୁ ରାଜେନ୍ଦ୍ର ପ୍ରସାଦ, ଜନସଙ୍ଘ ତଥା ଭାରତୀୟ ଜନତା ଦଳର ପ୍ରତିଷ୍ଠାତା ଶ୍ୟାମା ପ୍ରସାଦ ମୁଖାର୍ଜୀ ଓ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁ ଆଦି ବହୁ ବ୍ୟକ୍ତି କିପରି ମଧୁ ବାବୁଙ୍କୁ ପ୍ରେରଣାଦାୟୀ ବ୍ୟକ୍ତିତ୍ୱ ଭାବେ ସମ୍ମାନ ଦେଉଥିଲେ ସେ ସମ୍ପର୍କରେ ଆଲୋଚନା କରଯିବା ସହ ସ୍ୱାକ୍ଷର ସଂଗ୍ରହ କରିଥିଲେ। ଏହି ସ୍ୱାକ୍ଷର ସମ୍ବଳିତ ଦାବିପତ୍ର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କରାଯିବା ପାଇଁ ଆଲୋଚନା ହୋଇଥିଲା। ଓଡ଼ିଶାର ସାଂସଦମାନେ ଏହି ଦିଗରେ ଅଗ୍ରଣୀ ଭୂମିକା ଗ୍ରହଣ କରିବା ସହିତ ସଂସଦରେ ଏହି ପ୍ରସଙ୍ଗ ଉପସ୍ଥାପନା କରିବା ପାଇଁ ନିବେଦନ କରାଯାଇଛି। ପ୍ରକାଶ ଥାଉକି ଏହା ପୁର୍ବରୁ ନୂଆଦିଲ୍ଲୀରେ ବାସ କରୁଥିବା ମଧୁପ୍ରେମି ମାନଙ୍କ ଦ୍ଵାରା ସୁପ୍ରିମକୋର୍ଟ ପରିସରରେ ସ୍ୱାକ୍ଷର ସଂଗ୍ରହ କରାଯାଇଥିଲା। ସେହିପରି ଝାଡଖଣ୍ଡ, ଉତର ପ୍ରଦେଶ, ମଧ୍ୟପ୍ରଦେଶ, ଗୁଜୁରାଟ, ଚେନ୍ନାଇ, ଆନ୍ଧ୍ରପ୍ରଦେଶର ତିରୁପତି, କୋଲକାତା, ଆଣ୍ଡାମାନ, ବେଙ୍ଗାଲୁରୁ, ପଞ୍ଜାବ, ଉତରାଖଣ୍ଡ ସମେତ ୧୬ ଟି ବିଭିନ୍ନ ରାଜ୍ୟରୁ ଦସ୍ତଖତ ସଂଗ୍ରହ କରାଯାଇଛି। ବିଭିନ୍ନ ସହରରେ ବସ ବାସ କରୁଥିବା ବହୁ ଓଡିଶା ବାସି ବୁଦ୍ଧିଜିବୀ ଏବଂ ମାନ୍ୟଗନ୍ୟ ବ୍ୟକ୍ତି ବିଶେଷ ମାନଙ୍କ ଦସ୍ତଖତ ସଂଗ୍ରହ କରାଯାଇଛି। ଏଥି ସହିତ ରାଜ୍ୟର ବିଭିନ୍ନ ଆଇନଜୀବୀ ସଂଘ ମାନଙ୍କ ସହୋଯୋଗ ରେ ଦସ୍ତଖତ ସଂଗ୍ରହ ଅଭିଯାନ ବଳବତ୍ତର ରହିଛି।
ରିପୋର୍ଟ- ସାହାବୁଦ୍ଦିନ୍ ଖାନ୍, ଜଟଣୀ।