ଜିଲ୍ଲା ଓକିଲ ସଂଘର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଅନୁଷ୍ଠିତ

ଜଗତସିଂହପୁର ଜିଲ୍ଲା ଓକିଲ ସଂଘର ୫୦ ବର୍ଷ ପୂର୍ତ୍ତି ଅବସରରେ ସୁବର୍ଣ୍ଣ ଜୟନ୍ତୀ ସମାରୋହ ଜିଲ୍ଲା କୋର୍ଟ ପରିସରରେ ପାଳିତ ହୋଇଯାଇଛି । ଜିଲ୍ଲା ଓକିଲ ସଂଘ ସଭାପତି ରବୀନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମାରୋହରେ ଅତିଥି ଭାବରେ ଓଡିଶା ହାଇକୋର୍ଟର ବିଚାରପତି ଶଶିକାନ୍ତ ମିଶ୍ର, ଆଦିତ୍ୟ କୁମାର ମହାପାତ୍ର, ଜିଲ୍ଲା ଦୌରା ଜଜ ଶ୍ରୀନିବାସ ପ୍ରତିହାରୀ, ଜିଲ୍ଲା ଓକିଲ ସଂଘ ସାଧାରଣ ସମ୍ପାଦକ ନରେଶ ଦାସ, ବରିଷ୍ଠ ଆଇନଜୀବୀ ଗୋରାଚାନ୍ଦ କାନୁନଗୋ ପ୍ରମୁଖ ଯୋଗ ଦେଇ ସ୍ବାଧୀନତା ଆନ୍ଦୋଳନ ଓ ପରବର୍ତ୍ତୀ ପର୍ଯ୍ୟାୟରେ ଓକିଲ ମାନଙ୍କର ଭୂମିକା ବାବଦରେ ଆଲୋକପାତ କରିବା ସହିତ ଓକିଲ ବନ୍ଧୁ ମାନଙ୍କର କାର୍ଯ୍ୟ କରିବାର ଶୈଳୀ ଓ କର୍ତ୍ତବ୍ୟ ଉପରେ ପରାମର୍ଶ ଦେଇଥିଲେ । ପରିଶେଷରେ ଓକିଲ ସଂଘ ପକ୍ଷରୁ ଅତିଥି ଓ ବରିଷ୍ଠ ଓକିଲ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ର୍ ବିଭିନ୍ନ ଓକିଲ ସଂଘର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ ।
ଜଗତସିଂହପୁରରୁ ରୀତା ସାହୁ