ଓଡ଼ିଶା ଖୋଖୋ ଟିମକୁ ସିଲଭର

ଚଳିତବର୍ଷ 33ତମ ଜାତୀୟ କ୍ରୀଡା ପ୍ରତିଯୋଗିତା ଗୋଆ ଠାରେ ନଭେମ୍ବର 4 ତାରିଖରୁ 8 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ଏଥିରେ ଓଡ଼ିଶାର ଖୋ ଖୋ ଦଳ ପକ୍ଷରୁ ଜଗତସିଂହପୁର ଜିଲ୍ଲାର 5 ଜଣ ଖେଳାଳି ପୁରୁଷ ଦଳରେ ଦେବେନ୍ଦ୍ର ନାଥ, ନିରଞ୍ଜନ ସାମଲ ଓ ମହିଳା ଦଳରେ ସସ୍ମିତା ନାଥଶର୍ମା, ମଧୁସ୍ମିତା ଓଝା, ସ୍ମରଣିକ ସାହୁ ଅଂଶ ଗ୍ରହଣ କରିଥିଲେ । ଉଭୟ ଦଳ ରନର୍ସ ବା ଦ୍ବିତୀୟ ସ୍ଥାନ ଅଧିକାର କରିବା ସଙ୍ଗେ ସିଲଭର ପଦକ ଜିତି ଜିଲ୍ଲା ତଥା ରାଜ୍ୟ ପାଇଁ ଗୌରବ ଆଣି ପାରିଛନ୍ତି । ଏହି ଅବସରରେ ଜଗତସିଂହପୁର ଜିଲ୍ଲାପାଳ ତଥା ଜିଲ୍ଲା କ୍ରୀଡା ସଂସଦରେ ସଭାପତି ପାରୁଲ ପଟାୱାରୀ ପୁଷ୍ପଗୁଚ୍ଛ ଦେଇ ଖେଳାଳି ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମ ରେ କୋଚ୍ ଭୁବନାନନ୍ଦ ଦାସ ଓ ଜିଲ୍ଲା କ୍ରୀଡା ସଂସଦର ସମ୍ପାଦକ ଉପସ୍ଥିତ ରହି ଖେଳାଳି ମାନେ ଭବିଷ୍ୟତରେ ଆହୁରି ଭଲ ଖେଳିବା ପାଇଁ ଉତ୍ସାହିତ କରିଥିଲେ ।

Rita Sahoo reporter

Leave a Reply

Your email address will not be published. Required fields are marked *