ଆନନ୍ଦ ଉଲ୍ଲାସରେ ସିରତୁନ ନବୀ ପାଳିତ

ଆଜି ଭଦ୍ରକରେ ଅହମଦୀୟl ମୁସଲିମ ଜମାତ ଭଦ୍ରକ ପକ୍ଷରୁ ଅତ୍ୟନ୍ତ ଆନନ୍ଦ ଉଲ୍ଲାସରେ ସିରତୁନ ନବୀ ପାଳନ ହୋଇଯାଇଛି। ଏହି ଅବସରରେ ଅହମଦୀୟl ଜମାତର ସଭାପତି ସେକ ଅବଦୁଲ କାଦିର ଙ୍କ ସହିତ ସମସ୍ତ ପରିବାରର ସଦସ୍ୟ ଉପସ୍ଥିତ ରହି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ପ୍ରଥମେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ସମସ୍ତ ରୋଗୀମାନଙ୍କୁ ଫଳ ବଣ୍ଟନ କରିଥିଲେ । ଏହି ଜମାତର ଅନେକ ନାରୀ ସଦସ୍ୟମାନେ ଡାହାଣୀ ଗଢ଼ିଆ ସ୍ଥିତ ଅନ୍ଧ ମୁକ ବଧିର ସ୍କୁଲକୁ ଯାଇ ସେଠି ମଧ୍ୟ କୁନି କୁନି ପିଲାମାନଙ୍କୁ ଖାଦ୍ୟ ବଣ୍ଟନ କରିଥିଲେ । ତାପରେ ସମସ୍ତେ ଯାଇ ଲାଙ୍ଗୁଡ଼ି ସ୍ଥିତ ଅନ୍ଧ ମୁକ ବଧିର ସ୍କୁଲରେ ବହି ଖାତା କଲମ ସହ ଖାଦ୍ୟ ବଣ୍ଟନ କରିଥିଲେ ଏବଂ ପ୍ରାର୍ଥନା କରି ବିଶ୍ୱର ମଙ୍ଗଳ ଓ ଶାନ୍ତି ଚାହିଁଥିଲେ। ଶେଷରେ ଆଗାମୀ ଦିନରେ ଏହି ପରି ଆହୁରି ଅନେକ ମଙ୍ଗଳ କାର୍ଯ୍ୟକ୍ରମ କରିବୁ ବୋଲି ଅହମଦୀୟl ମୁସଲିମ ଜମାତ ପକ୍ଷରୁ ବିଶ୍ୱ ଶାନ୍ତି ପାଇଁ ଗଣ ମାଧ୍ୟମରେ ପ୍ରକାଶ କରିଥିଲେ l

ଭଦ୍ରକ ରୁ ପୁନିଲ କୁମାର ସାମନ୍ତ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *