କିନ୍ନରଙ୍କ ଶୀତଳ ଷଷ୍ଠୀ ଶୋଭା ଯାତ୍ରାରେ ଦୁଲୁକିଲା ସହର

କିନ୍ନରଙ୍କ ଶୀତଳ ଷଷ୍ଠୀ ଶୋଭା ଯାତ୍ରାରେ ଦୁଲୁକିଲା ସହର

କିନ୍ନରଙ୍କ ସୀତଳ ଷଷ୍ଠୀ ମହୋତ୍ସବରେ ଭଗବାନ ଶିବଙ୍କ ବର ରୋଷଣୀର ଶୋଭାଯାତ୍ରାରେ ଟ୍ରାନ୍ସଜେଣ୍ଡରଙ୍କ ଅଂଶଗ୍ରହଣ ଏକ ପୁରୁଣା ପରମ୍ପରା l ଯାହାର ଉଦାହରଣ ସ୍ଥାପନ କରିବାକୁ ଆଉ ଏକ ପାଦ ଆଗକୁ ଯାଇଛି l ଆଜି ରାତି ଏହି ଉତ୍ସବକୁ ଦୁଇ ଗୁଣିତ କରିବା ପାଇଁ ଯାଜପୁର କିନ୍ନର ସଙ୍ଘ ଶୀତଳ ଷଷ୍ଠୀରେ ଏକ ବିରାଟ ଶୋଭା ଯାତ୍ରା ଯାଜପୁର ରୋଡ଼ ସହରରେ ଆୟୋଜନ କରିଛନ୍ତି l ଏହି ଶୋଭାଯାତ୍ରାରେ ଘୋଡ଼ା ନାଚ, ଘଣ୍ଟ, ଶଙ୍ଖ, ଶିବ ପାର୍ବତୀ, ମା କାଳୀ ବେଶଙ୍କ ସମେତ ବିଭିନ୍ନ ସାଂସ୍କୃତିକ ନୃତ୍ୟ ଓ ବାଦ୍ୟଯନ୍ତ୍ର ର ତାଳେତାଳେ ଆଜି କିନ୍ନର ସମାଜ ନୃତ୍ୟ କରି ଦେବାଧି ଦେବ ମହାଦେବ ତଥା ମା ଶିବାନୀ ଙ୍କୁ ଆଖୁଆ ପଦା ସ୍ଥିତ ପୂନ୍ୟତ୍ରୟା ବୈତ୍ରଣି ନଦୀରେ ବିସର୍ଜନ ଦେଇଛନ୍ତି l
ଶୀତଳ ଷଷ୍ଠୀ ଭଳି ଗଣ ମହୋତ୍ସବରେ ଅଂଶ ଗ୍ରହଣ କରିଥିବା ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ୫୦୦ରୁ ଉର୍ଦ୍ଧ ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟକୁ ସମାଜରେ ଏକ ଦୃଶ୍ୟମାନ ଏବଂ ସମ୍ମାନଜନକ ଭୂମିକା ପ୍ରଦାନ କରିଥିଲା ଯାହା ସେମାନଙ୍କ ପାଇଁ ବୃହତ ସମ୍ପ୍ରଦାୟ ସହିତ ଜଡିତ ହେବା ସହ ସେମାନଙ୍କର ପରିଚୟ ତଥା ଗୁରୁତ୍ୱ ପ୍ରତିପାଦନ କରିବାର ଏକ ଅନନ୍ୟ ଭୂମିକା ଗ୍ରହଣ କରିଥିଲା ଏହି ଶୋଭାଯାତ୍ରା l

ଯାଜପୁର ବ୍ୟାସନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର Live

Leave a Reply

Your email address will not be published. Required fields are marked *