ଦୀର୍ଘ 21 ଦିନ ପରେ ଆନ୍ଦୋଳନରୁ ଓହରିଲେ ଗ୍ରାମପଂଚାୟତ ନିର୍ବାହୀ ଅଧିକାରୀ ସଙ୍ଘ

ଦୀର୍ଘ 21 ଦିନ ପରେ ଆନ୍ଦୋଳନରୁ ଓହରିଲେ ଗ୍ରାମପଂଚାୟତ ନିର୍ବାହୀ ଅଧିକାରୀ ସଙ୍ଘ l ପଞ୍ଚାୟତରାଜ ସଚିବଙ୍କ ପ୍ରତିଶୃତି ପରେ ଆନ୍ଦୋଳନରୁ ଓହରିଲେ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଙ୍ଘ l ଆଗାମୀ ମାସରେ ତାଙ୍କ ଦାବୀ ଉପରେ ଆଲୋଚନା କରି ନୋଟିଫିକେସନ ମାଧ୍ୟମରେ ଜଣେଇବା ପାଇଁ ପଞ୍ଚାୟତ ରାଜ ବିଭାଗ ସଚିବ ପ୍ରତିଶୃତି ଦେବା ପରେ ଆଜି ଠାରୁ ମାସେ ଯାଏ ଆନ୍ଦୋଳନକୁ ସ୍ଥଗିତ ରଖା ଯାଇଥିବା କହିଛନ୍ତି କଳାହାଣ୍ଡି ଜିଲ୍ଲା ସଭାପତି ପଞ୍ଚାୟତ ନିର୍ବାହୀ ଅଧିକାରୀ l ସରକାର ନେଇ ଥିବା ସମୟ ମାସେ ଭିତରେ ଯଦି ଦାବୀ ପୂରଣ ନ କଲେ ଆଉ ଥରେ ରାଜ୍ୟ ସ୍ତରୀୟ ଆନ୍ଦୋଳନ କୁ ତୀବ୍ରତର କରାଯିବ ବୋଲି ସଙ୍ଘ ତରଫରୁ କୁହାଯାଇଛି ।