ଶୋକାକୁଳ ପରିବେଶ ମଧ୍ୟ ରେ ପଞ୍ଚ ଭୂତରେ ବିଲୀନ ହେଲା ସହିଦ ଈଶ୍ୱର ଦୋରା ଙ୍କ ପାର୍ଥିବ ଶରୀର

ଝୁରୁଛି ମା ଝୁରୁଛି ଗାଁ ଝୁରେ ସାରା ସହର ।ସହିଦ ଈଶ୍ୱର ଦୋରା ଅମର ରହେ ରେ ଫାଟି ପଡୁଛି ରାଜ ରାସ୍ତା ।ହଜାର ହଜାର ସଂଖ୍ୟାରେ ଜଗି ରହିଛନ୍ତି ଲୋକେ ସହିଦ ଙ୍କ ଶେଷ ଦର୍ଶନ ପାଇଁ ।ଏହି ଭଳି ଏକ ଶୋକାକୁଳ ପରିବେଶ ମଧ୍ୟରେ ଆଜି କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଅମାଠ ଠାରେ ସହିଦ ଙ୍କ ପାର୍ଥିବ ଶରୀର କୁ ପାଛୋଟି ନେବା ପାଇଁ ଚାହିଁ ବସିଥିଲେ ଲୋକେ ।ଈଶ୍ୱର ଚନ୍ଦ୍ର ଦୋରା 2009 ମସିହାରୁ ସୀମା ସୁରକ୍ଷା ବଳ ରେ କାର୍ଯ୍ୟରତ ।ସେ ଆଜି ଛୁଟି ରେ ଆସି ଥାନ୍ତେ ନିଜ ଗାଁ ବେଲଖଣ୍ଡି କୁ ।ସେ ତ ଆସିଲେ ନାହିଁ ହେଲେ ଆସି ପହଞ୍ଚିଲା ତାଙ୍କ ପାର୍ଥିବ ଶରୀର ।ଗତ 17 ତାରିଖ ରେ ସେ ତ୍ରିପୁରା ବାଂଲାଦେଶ ବୋର୍ଡର ଲଙ୍କାମୋରା ସୀମାନ୍ତ ରେ କାର୍ଯ୍ୟରତ ଥିବା ସମୟ ରେ ସହିଦ ହୋଇଯାଇଥିଲେ ।ଆଜି ତାଙ୍କ ପାର୍ଥିବ ଶରୀର ଅମାଠ ଛକ ଠାରେ ପହଁଚିବା ପରେ ୫୦୦ ରୁ ଉର୍ଦ୍ଧ ସଂଖ୍ୟାରେ ବାଇକ୍ ରାଲି ଯୋଗେ ତାଙ୍କ ଗାଁ ମାଟି ବେଲାଖଣ୍ଡି ପର୍ଯ୍ୟନ୍ତ ପହଞ୍ଚାଇ ଥିଲେ ସ୍ଥାନୀୟ ଲୋକେ। ଏହି ସମୟ ରେ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହି ଥିଲେ। ନିଜ ଜନ୍ମ ମାଟିରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଳକ ବେଳଖଣ୍ଡି ପହଞ୍ଚିବା ପରେ ଘରେ ଶେଷ ଦର୍ଶନ କରିଥିଲେ ପରିବାର, ଗାଁ ଲୋକେ ଓ ସମ୍ପର୍କୀୟ। କାନ୍ଦ ବୋବାଳି ରେ ଫାଟି ପଡିଥିଲା ବେଳଖଣ୍ଡି ଗାଁ।ଆଜି ତ୍ରିପୁରା ର BSF  ପୋଲିସ ମାନେ ଶହୀଦ ଯବାନ ଙ୍କ ଜନ୍ମ୍ ମାଟି ବେଲାଖଣ୍ଡି କୁ ମର ଶରୀର ପହଂନ୍ଚାଇ ଛନ୍ତି। ଏହି ଖବର ଶୁଣିବା ପରେ ପରିବାର ରେ ଓ ଗାଁ ସ୍ତବ୍ଧ ହୋଇ ଯାଇଛି । ମା ପୁଅ କୁ ଧରି ବାହୁନି ବାହୁନୀ କାନ୍ଦୁଛି ,ସେପଟେ ଈଶ୍ୱର ଙ୍କ ପତ୍ନୀ ନିଜ ଏକ ମାତ୍ର 5 ବର୍ଷ ର ଶିଶୁ କନ୍ୟା କୁ ଧରୁ କାନ୍ଦୁ ଥିବାର ଦୃଶ୍ୟ ଦେଖିଲା ବେଳ କୁ ଲୋକଙ୍କ ଆଖିରୁ ଲୁହ ଆସିଯାଉଚି ।ପରିବାର ଲୋକେ ନିଜ ପୁଅ ଈଶ୍ୱର କୁ ଝୁରି ହେଉଛନ୍ତି । ଈଶ୍ୱର ଙ୍କ ମୃତ୍ୟୁ ଖବର ସମସ୍ତ ଙ୍କୁ ସ୍ତବ୍ଧ କରି ଦେଇଛି । ଦେଶ ପାଇଁ ବଳିଦାନ ଦେଇଥିବା ଏହି ଯବାନଙ୍କ ପାଇଁ ସତେ ଯେମିତି ସହର ସାରା ସୋକର ଛାୟା ଖେଳିଯାଇଛି । ଅମାଠ ରୁ ବେଲଖଣ୍ଡି କୁ ନେବା ସମୟ ରେ ରାସ୍ତା ର ଦୁଇ ପାର୍ଶ୍ଵରେ ସହିଦ ଙ୍କ ଶେଷ ଦର୍ଶନ ପାଇଁ ଲୋକେ ଅନେଇ ବସିଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା ।ସତେ ଯେମିତି କି କେହି ଜଣେ ନିଜ ପରିବାର ର ସଦସ୍ୟ ଙ୍କୁ ହରାଇଛନ୍ତି ଅଞ୍ଚଳ ବାସି । ସହିଦ ଇଶ୍ୱରଙ୍କୁ ସୀମା ସୁରକ୍ଷା ବଳ ଓ କଳାହାଣ୍ଡି ଜିଲ୍ଲା ପୋଲିସ ତରଫରୁ ସଲାମୀ ଦୀୟା ଯାଇଥିଲା।ଈଶ୍ୱର ଙ୍କ ବାପା ଧୀରେନ୍ଦ୍ର ଦୋରା ଈଶ୍ୱର ଙ୍କୁ ମୁଖାଗ୍ନି ଦେଇଥିଲେ ।

କେସିଙ୍ଗା ମହେଶ୍ୱର ମାଝୀ ରିପୋର୍ଟ

Leave a Reply

Your email address will not be published. Required fields are marked *