ବାଣ ନୁହେଁ ହସ ଫୁଟାଇବା” ମାନବ ସେବା ସମିତି

ଯାଜପୁର ମାନବ ସେବା ସମିତି ପକ୍ଷରୁ ବ୍ୟାସନଗରରେ ଥିବା ଗାନ୍ଧୀ ବସ୍ତି ପରିସରରେ “ବାଣ ନୁହେଁ ହସ ଫୁଟାଇବା” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଗାନ୍ଧୀ ବସ୍ତି ରେ ଥିବା ବୃଦ୍ଧ ବୃଦ୍ଧାଙ୍କ ସହ ମିଶି ମଧ୍ୟାହ୍ନ ଭୋଜନ କରିବା ସହ ନୂଆଁ ବସ୍ତ୍ର ଓ କୁନି କୁନି ପିଲାମାନଙ୍କୁ ନାଚ ଗୀତରେ ବେଶ ଆନନ୍ଦ ଉଲ୍ଲାସର ଦୀପାବଳୀ ପାଳିତ କରାଯାଇଥିଲା l ଦୀପାବଳୀ ରେ ସାଧାରଣତଃ ପରିବାରର ମୁଖ୍ୟ ପରିବାର ସହ ହସଖୁସିରେ ରହି ଦୀପଦାନ କରିବା ସହ ପିଠାପଣା ଖାଆନ୍ତି l କିନ୍ତୁ ଗାନ୍ଧୀ ବସ୍ତି ରେ ରହୁଥିବା ସାଧାରଣ ଅଭାବକୁ ଦୂର କରିବା ପାଇଁ ମାନବ ସେବା ସମିତି ପକ୍ଷରୁ ଏହି ପ୍ରୟାସ କରାଯାଇଛି l ତା ସହ ବାଣ ନ ଫୁଟାଇ କିଛି ଲୋକଙ୍କ ମୁହଁରେ ହସ ଫୁଟାଇବାକୁ ପ୍ରତ୍ୟେକ ବର୍ଷ ସମିତି ପକ୍ଷରୁ ଚେଷ୍ଠା ଜାରି ରହିଛି l ଅନ୍ୟ ପକ୍ଷରେ ବର୍ତ୍ତମାନର ପରିବେଶରେ ବାଣ ଫୁଟାଇବା ଦ୍ୱାରା ବାଣର ରସାୟନ ମିଶ୍ରିତ ବିସ୍ଫୋରଣ ପରିବେଶକୁ ଅତ୍ୟଧିକ ବିଷ ବଳୟ କରିଥାଏ l ଯାହାଦ୍ୱାରା ଶ୍ୱାସ ରୋଗ, ଚର୍ମ ରୋଗ, ହୃଦ୍ ଘାତ ଭଳି ରୋଗରେ ଜନସାଧାରଣ ସମ୍ମୁଖୀନ ହେବାର ସମ୍ଭାବନା ରହୁଛି l ତେଣୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆଲୋକର ପର୍ବ ଦୀପାବଳୀ ରେ ବାଣ ବିସ୍ଫୋରଣ ଓ ପ୍ରଦୂଷଣ ପ୍ରତି ଜନସାଧାରଣଙ୍କ ମଧ୍ୟରେ ସଚେତନତା ନିମନ୍ତେ ସମିତି ର ସମସ୍ତ ସଦସ୍ୟ ମାନେ ବାଣ ନ କିଣି ସେହି ଟଙ୍କାକୁ ଛୋଟ ଛୋଟ ଛୁଆଁ ଙ୍କୁ ସ୍କୁଲର ସରଞ୍ଜାମ ଦାନ କରି ଥିଲେ l ଏହି କାର୍ଯ୍ୟକ୍ରମକୁ ମାନବ ସେବା ସମିତିର ସମସ୍ତ ସଦସ୍ୟ ମାନେ ସହଯୋଗ କରିଥିଲେ l

ଯାଜପୁର ବ୍ୟାସନଗର ଜ୍ୟୋତି ପ୍ରକାଶ ଭୂୟାଁ reporter

Leave a Reply

Your email address will not be published. Required fields are marked *