ରାଜ୍ୟରେ ଥମୁନି ବିଷଧର ସାପ କାମୁଡାରେ ମୃତ୍ୟୁ ଘଟଣା।ପୂଣି ଆଜି-ସାପ କାମୁଡାରେ ମୃତ୍ୟୁ ହୋଇଥିବା ଖବର ସାମନାକୁ ଆସିଛି।ମୃତକ ହେଲେ କାମାକ୍ଷାନଗର ଥାନା ଏକତାଳି ଗ୍ରାମର ନିର ବିଶ୍ବାଳ।ନିର ସକାଳେ ନିଜର ଚାଷ ଜମିକୁ ଯାଇଥିବା ବେଳେ ଏକ ବିଷାକ୍ତ ସାପ କାମୁଡିଦେଇଥିବା ଜଣାପଡିଛି।ଖବର ପାଇ ପରିବାରଙ୍କ ଲୋକଙ୍କ ସହାୟତାରେ ଚିକିତ୍ସା ପାଇଁ କାମାକ୍ଷାନଗର ମେଡିକାଲକୁ ଆଣିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।ତେବେ ଏହି ଘଟଣାକୁ ନେଇ ମେଡିକାଲ ପରିସରରେ ଏକ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।ନିର କାମାକ୍ଷାନଗରର ତରୁଣ ବଜାର ଠାରେ ଦିର୍ଘଦିନ ହେବ ଏକ ଫଟୋ ଦୋକାନ ଦେଇ ପରିବାର ପ୍ରତିପୋଷଣ କରୁଥିଲେ।

Leave a Reply

Your email address will not be published. Required fields are marked *