ଶ୍ରୀନିବାସ ଙ୍କ ଦୁଇ ଝିଅଙ୍କୁ ସାହାଯ୍ୟର ହାତ ବଢ଼େଇଲେ ସମାଜସେବୀ ପ୍ରତାପ କୁମାର ପ୍ରଧାନ

ଶ୍ରୀନିବାସ ଙ୍କ ଦୁଇ ଝିଅଙ୍କୁ ସାହାଯ୍ୟର ହାତ ବଢ଼େଇଲେ ସମାଜସେବୀ ପ୍ରତାପ କୁମାର ପ୍ରଧାନ କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଅନ୍ତର୍ଗତ ମାନିକେଶ୍ୱର ଗ୍ରାମର ଶ୍ରୀନିବାସ ପ୍ରଧାନଙ୍କ ଅକାଳ ବିୟୋଗ ଘଟିଥିଲା । ତାଙ୍କର ଦୁଇଟି କୁନି ଝିଅ, ଗୋଟିଏ କୁନି ପୁଅ ଓ ସ୍ତ୍ରୀ ଅଛନ୍ତି । ଶ୍ରୀନିବାସଙ୍କ ଅକାଳ ବିୟୋଗ ପରେ ହଠାତ ସ୍ତ୍ରୀଙ୍କ ମୁଣ୍ଡରେ ଚଡକ ପଡିଗଲା । ନିଜେ ବଞ୍ଚିବାକୁ ସଂଘର୍ଷ କରୁଥିବା ବେଳେ କିପରି ଭାବରେ ଛୋଟ ଛୋଟ ପିଲାଙ୍କୁ ଦୁଇ ଓଳା ଖାଇବା ପିଇବା ଦେଇ ବଞ୍ଚେଇବେ ସେଥିପାଇଁ ଚିନ୍ତା କରୁଥଲେ । ସ୍ବର୍ଗତ ଶ୍ରୀନିବାସ ଙ୍କ ପରିବାର ର ଦାରୁଣ ଦୁଃଖ ଦେଖିଲା ପରେ ସ୍ଥାନୀୟ ଅଞ୍ଚଳର ଯୁବ ନେତା ତଥା ସମାଜ ସେବୀ ଶ୍ରୀ ପ୍ରତାପ କୁମାର ପ୍ରଧାନ ସାହାଯ୍ୟର ହାତ ବଢ଼େଇ ଥିଲେ ଏବଂ ଦୁଇ ଝିଅଙ୍କୁ କୋଳେଇ ନେଇ ତାଙ୍କର ରହିବା, ଖାଇବା ଓ ପାଠ ପଢ଼ିବା ସହ ସମସ୍ତ ଆନୁସଙ୍ଗିକ ସହାୟତା ପ୍ରଦାନ କରିବା ଶ୍ରୀ ପ୍ରତାପ କୁମାର ପ୍ରଧାନ ସ୍ବର୍ଗତ ଶ୍ରୀନିବାସ ଙ୍କ ପରିବାର ସଦସ୍ୟ ଓ ବୁଦ୍ଧି ଜୀବି ମାନଙ୍କୁ କହିଥିଲେ । ଏଇ ଶିକ୍ଷା ବର୍ଷ ସରିଲା ପରେ ଭୁବନେଶ୍ୱର ର ଏକ ପ୍ରତିଷ୍ଠିତ ବିଦ୍ୟାଳୟରେ ନାମ ଲେଖେଇ ସେଠାରେ ଶିକ୍ଷା ଦାନ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ପରିବାର ସଦସ୍ୟ ମାନଙ୍କୁ ଶ୍ରୀ ପ୍ରଧାନ କହିଛନ୍ତି ।

Leave a Reply

Your email address will not be published. Required fields are marked *