ପୁଅ ର ଆକ୍ରମଣ ରେ ବାପା,ମାଆ,ଭଉଣୀ ସମେତ ପରିବାର ର ଚାରି ଗୁରୁତର
ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଗୁଡ଼ିଆଳି ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ନିଜ ଜନ୍ମ କଲା ପୁଅ ସାଜିଲା ସଇତାନ ,ଶୋଇଥିବା ସମୟ ରେ ନିଜ ପରିବାର ର ଚାରି ଜଣଙ୍କୁ କଲା ମରଣାନ୍ତକ ଆକ୍ରମଣ l ଆକ୍ରମଣ ର ଶିକାର ହୋଇଛନ୍ତି ଗୁଡ଼ିଆଳି ଗ୍ରାମର ବାପା ହେରେକୃଷ୍ଣ ରେଡ଼ୀ,ମା ପ୍ରମିଳା ରେଡ଼ୀ,ଭଉଣୀ ମାମା ରେଡ଼ୀ ଓ ଭାଇ ବୋହୁ ଦୁଖୀଆମା ରେଡ୍ଡୀ l ଗୁରୁତର ସମସ୍ତେ ଗୋଟିଏ ପରିବାର ର ହୋଇଥିବା ବେଳେ ସମସ୍ତେ ସୋଇଥିବା ସମୟରେ ପୁଅ ପାଣ୍ଡଵ ରେଡ଼ୀ ଓ ବୋହୁ ମରଣାସ୍ତ୍ର ରେ ଆକ୍ରମଣ କରିଥିବ ସୂଚନା ମିଳିଛି l ସମସ୍ତଙ୍କୁ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଭର୍ତି କରାଯାଇଛି l ତେବେ ଆକ୍ରମଣ ର ପ୍ରକୃତ କରଣ ଅସ୍ପଷ୍ଟ ରହିଥିବା ବେଳେ ପାରିବାରିକ କଳହକୁ କେନ୍ଦ୍ରକରି ଆକ୍ରମଣ ହୋଇଥିବା ଅନୁମାନ କରାଯାଉଛି l ଅନ୍ୟପଟେ ଘଟଣା ନେଇ କବିସୂର୍ଯ୍ୟନଗର ଥାନାରେ କୌଣସି ଅଭିଯୋଗ ହୋଇନଥିବା ସୂଚନା ମିଳିଛି l
ରିପୋର୍ଟ – ଧନେଶ୍ୱର ରେଡ୍ଡି