ସୋରଡ଼ା ଆସନରୁ ଲଢି ପାରନ୍ତି ପାଣ୍ଡିଆନ !

ଗଞ୍ଜାମ ଜିଲ୍ଲା ସୋରଡ଼ା ରୁ ନୂତନ ଭାବେ ନବୀନ ଓଡ଼ିଶା ଅଧ୍ୟକ୍ଷ ହେବା ପରେ ଭି କେ ପାଣ୍ଡିଆନ ଙ୍କୁ ବିଧାୟକ ସାଂସଦ ଙ୍କ ଶୁଭେଚ୍ଛା ସୁଅ ଛୁଟିବାରେ ଲାଗିଛି ।୫ଟି ଓ ନବୀନ ଓଡ଼ିଶା ର ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଗତ କିଛି ଦିନ ତଳେ ବିଭିନ୍ନ ନିର୍ବାଚନ ମଣ୍ଡଳୀ କୁ ବୁଲି ଲୋକଙ୍କ ସମସ୍ତ ପ୍ରକାର ଦାବି ଓ ଅଭିଯୋଗ ପତ୍ର କୁ ଗ୍ରହଣ କରିଥିଲେ ।ଇତି ମଧ୍ୟରେ ସେ ସୋରଡ଼ା ନିର୍ବାଚନ ମଣ୍ଡଳୀ ମଧ୍ୟ ଆସି ଲୋକଙ୍କ ସହ ମିଶିବ ସହ ଅଭିଯୋଗ ପତ୍ର ଗ୍ରହଣ କରି ଯାଇଥିଲେ । ସେଥି ମଧ୍ୟରୁ କିଛି କାର୍ଯ୍ୟକାରୀ ହେବା ଦିଗରେ ଗତି ମଧ୍ୟ କରୁଛି । ସୋରଡ଼ା ମା ଖୁଣ୍ଟେଶ୍ୱରି ମନ୍ଦିର ର ସୋନ୍ଦର୍ଯ୍ୟ କରଣ ଏବଂ ସୋରଡ଼ା ଡ୍ୟାମ ନିକଟରେ ବାସ କରୁଥିବା ପଟ୍ଟା ବିହୀନ ଲୋକଙ୍କୁ ପଟ୍ଟା ବଣ୍ଟନ ଅନ୍ୟତମ । ପଣ୍ଡିଆନ ଙ୍କ ଏହି ପ୍ରକାର ଆକ୍ସନ ମୁଡ ଦେଖି ସୋରଡ଼ା ଅଞ୍ଚଳ ବିଜେଡି ପ୍ରେମୀ ଙ୍କ ମନରେ ଖୁସି ର ଲହରୀ ଖେଳି ଯାଇଛି ।ସେମାନଙ୍କ ହୃଦୟରେ ବର୍ତ୍ତମାନ ପାଣ୍ଡିଆନ ଙ୍କ ପ୍ରତି ଥିବା ଭଲ ପାଇବା ଶହେ ଗୁଣ ବଢ଼ିଯାଇଥିବା ଚର୍ଚା ଧରିଛି । ଗତ ୨୦୧୯ ମସିହା ନିର୍ବାଚନ ରେ ବିଜୟ ଲାଭ କରିଥିବା କିଛି ବିଧାୟକ ଙ୍କୁ ବିଜେଡି ଦଳ ବିଶ୍ରାମ ଦେବା ପାଇଁ ସ୍ଥିର କରିଥିବା ବେଳେ ପାଣ୍ଡିଆନ ଙ୍କ ସେହି କେତୋଟି ଆସନ ମଧ୍ୟରୁ ଲଢ଼ିବା ତଥା ଗଞ୍ଜାମ ଜିଲ୍ଲାରୁ ଲଢ଼ିବା ନେଇ ଲୋକଙ୍କ ଆଶା ଦ୍ଵିଗୁଣିତ ହୋଇ ଯାଇଛି । ଏହି ଖବର ପାଇ ସୋରଡ଼ା ଅଞ୍ଚଳରେ ମଧ୍ୟ ବିଜେଡି ପ୍ରେମୀ ଙ୍କ ମନ କୁଣ୍ଢେମୋଟ ହେବାରେ ଲାଗିଛି । ସମସ୍ତ ଙ୍କ କହିବା ମୁତାବକ ସୋରଡ଼ା ନିର୍ବାଚନ ମଣ୍ଡଳୀରେ ବିଜେପି ଏବଂ କଂଗ୍ରେସ ନିଜର ବଳ ଗୋଟାଇବାରେ ଲାଗିଛନ୍ତି । ଯଦି ଭି କେ ପାଣ୍ଡିଆନ ସୋରଡା ନିର୍ବାଚନ ମଣ୍ଡଳୀରୁ ଲଢ଼ିବେ ତାହେଲେ ଏମାନଙ୍କୁ ମାତ୍ ଦେବା ସହିତ ଅଞ୍ଚଳ ର ଉନ୍ନତି ହେଇପାରିବ ବୋଲି ବିଜେଡି ପ୍ରେମୀ ମାନଙ୍କ ମଧ୍ୟରେ ଚର୍ଚା ଜୋର୍ ଧରୁଛି ।ସୋରଡା ବିଧାୟକ ଏବଂ ପୂର୍ବତନ ସୋରଡ଼ା ଏନ ଏ ସି ଅଧ୍ୟକ୍ଷ ୫ଟି ଓ ନବୀନ ଓଡ଼ିଶା ର ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଙ୍କୁ ଶୁଭେଚ୍ଛା ଦେଇ ଆସିବା ଏବଂ ଫଟୋ ରେ ପାଣ୍ଡିଆନ ଙ୍କ ହସ ସୋରଡ଼ା ଆସନ ରୁ ପାଣ୍ଡିଆନ୍ ଲଢ଼ିବା ଥୟ ବୋଲି ସାଧାରଣରେ ଚର୍ଚ୍ଚା ର ବିଷୟ ପାଲଟିଛି । କାରଣ କଥାରେ ଅଛି ଫଟୋ ସବୁ କୁହେ ।
ସୋରଡ଼ା ରୁ ନାରାୟଣ ଡାକୁଆ

Leave a Reply

Your email address will not be published. Required fields are marked *