ଛଟ ପୂଜା ପାଇଁ ପୁରୀ ଏବଂ ପାଟନା ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍

13 ରୁ 15 ନଭେମ୍ବର 2023 ରେ ପୁରୀରୁ 2330 ଘଣ୍ଟା (ରାତ୍ରି 11ଘ.30ମି.) ରେ ଛାଡିବ | • 14 ଏବଂ 16 ନଭେମ୍ବର 2023 ରେ ପାଟନା ଠାରୁ 1800 ଘଣ୍ଟା (ସନ୍ଧ୍ୟା 06 ଘଟିକା) ରେ ଛାଡିବ | ନିୟମିତ ଟ୍ରେନରେ ଯାତ୍ରୀମାନଙ୍କର ଅତିରିକ୍ତ ଭିଡ଼କୁ ଦୃଷ୍ଟିରେ ରଖି ଏବଂ ଯାତ୍ରୀମାନଙ୍କ ସୁବିଧା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଛଟ ପୂଜା ପାଇଁ ପୁରୀ ଏବଂ ପାଟନା ମଧ୍ୟରେ ଏକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାକୁ ନିଷ୍ପତ୍ତି ନିଆଯାଇଅଛି |ପୁରୀରୁ ଏହି ସ୍ୱତନ୍ତ୍ର ଟ୍ରେନ୍ 08449 ପୁରୀ-ପାଟନା ସ୍ପେଶାଲ୍ ଟ୍ରେନ୍ ଭାବରେ ଚଳାଚଳ କରିବ ଏବଂ ସୋମବାର ଏବଂ ବୁଧବାର (13 ଏବଂ 15 ନଭେମ୍ବର 2023) ଦିନ ପୁରୀ ଠାରୁ ରାତ୍ରି 11ଘ.30ମି. ରେ ଛାଡି ପାଟଣା ଯାତ୍ରା କରିବ | ଫେରିବା ମାର୍ଗରେ ଏହି ଟ୍ରେନ ପାଟନା ଠାରୁ 08450 ପାଟନା-ପୁରୀ ସ୍ପେଶାଲ୍ ଭାବରେ ଚଳାଚଳ କରିବ | ଏହା ପାଟନା ଠାରୁ ମଙ୍ଗଳବାର ଏବଂ ଗୁରୁବାର (14 ଏବଂ 16 ନଭେମ୍ବର 2023) ସନ୍ଧ୍ୟା 06 ଘଟିକାରେ ଛାଡି ପୁରୀ ଯାତ୍ରା କରିବ |

Leave a Reply

Your email address will not be published. Required fields are marked *