ଚନ୍ଦ୍ରଭାଗା ବୁଡ଼ ମେଳା ଉପଲକ୍ଷେ ପୁରୀ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ସ୍ପେସିଆଲ ଗାଡି ମୋଟର ଯାଞ୍ଚ। ସ୍ପିଡ଼ ବସକୁ ଗୋଡ଼ାଇ ନିଶାଖୋର ଡ୍ରାଇଭରଙ୍କୁ ଧରିଲେ ଓ 80 ଲୋକଙ୍କ ଜୀବନ ବଞ୍ଚାଇଲେ
![](https://teerthkhetra.com/wp-content/uploads/2023/01/IMG-20230128-WA0027-1024x461.jpg)
ପୁରୀ,୨୬/୦୧- ରାଜ୍ୟ ପରିବହନ ବିଭାଗ କମିଶନରଙ୍କ ନିର୍ଦ୍ଧେଶ କ୍ରମେ ଓ ପୁରୀ ଜ଼ିଲ୍ଲାପାଳ ସମତ ବର୍ମା ଓ ଏସପି କନୱାର ବିଶ୍ଵାଲ ସିଂ ଙ୍କ ପରାମର୍ଶ କ୍ରମେ ଜ଼ିଲ୍ଲା ପୋଲିସ ଓ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଚନ୍ଦ୍ର ଭାଗା ବୁଡ଼ ମହୋତ୍ସବ ଭିଡ଼ ପାଇଁ ପୁରୀ ରୁ ଚନ୍ଦ୍ରଭାଗା ରାସ୍ତା ରେ ଗାଡି ମୋଟର କୁ କଡା କଡ଼ି ଭାବେ ଯାଞ୍ଚ କରାଯାଇଥିଲା l ଗତ କାଲି ଶୁକ୍ରବାର ସନ୍ଧ୍ୟା ରୁ ଆରମ୍ଭ ହୋଇଥିବା ଏ ଅଭିଯାନ ରେ ଆଜି ଯାଏ ଅନେକ ଗାଡି ମୋଟର ର ଲାଇସନ୍ସ, ପରମିଟ, ହେଲମେଟ, ସିଟବେଲ୍ଟ, ସବୁ ଯାଞ୍ଚ କରାଯାଇଥିଲା l ଏବଂ ପୁରୀ ରୁ ଚନ୍ଦ୍ର ଭାଗା ଦ୍ରୁତ ଗତି ରେ ନିଶା ଶକ୍ତ ଅବସ୍ଥା ରେ 80 ଜଣ ପାସେଞ୍ଜର ଙ୍କୁ ନେଇ ପୁଣି ବିନା ପରମିଟ ରେ ଯାଉଥିବା ଏକ ବସ କୁ ପରିବହନ ବିଭାଗ ଗୋଡ଼ାଇ ଗୋଡ଼ାଇ ଧରିଥିଲା l ଏବଂ ରାମଚଣ୍ଡୀ ଥାନା ରେ ଜବତ କରାଯାଇ ଏକ ନିଶ୍ଚିତ ମୃତ୍ୟ ମୁଖ ରୁ 80 ଜଣ ପାସେଞ୍ଜର କୁ ବଞ୍ଚାଇଲେ ପୁରୀ ପରିବହନ ବିଭାଗ l ସମସ୍ତ ଗାଡି କୁ ଯାଞ୍ଚ କରି …… ଟଙ୍କା ଫାଇନ କରାଯାଇଥିବା ବେଳେ ଏଇ ବସ ର ମଦୁଆ ଡ୍ରାଇଭର କୁ ଆଜି କୋର୍ଟ ଚlଲାଣ କରି କେବଳ ଏଇ ବସ ମାଲିକ ଠାରୁ ଏକ ଲକ୍ଷ ଆଠ ହଜାର ଟଙ୍କା ଜୋରିମାନା କରାଯାଇଥିବା ଜଣାଯାଇଛି l ଆରଟିଓ ରବୀନ ପଟ୍ଟନାୟକ ଙ୍କ ସମେତ ବିଭାଗ ର ସମସ୍ତ କର୍ମଚାରୀ ଓ ରାମଚଣ୍ଡୀ ଥାନା ର ପୋଲିସ ଅଫିସର ଏଇ ମେଗା ଅଭିଯାନ ରେ ସାମିଲ ଥିଲେ l ଏହି କାର୍ଯ୍ୟକ୍ରମ ରେ ଶହ ଶହ ଗାଡି ମୋଟର ଯାଞ୍ଚ କରାଯାଇଥିଲା l ଓ ଏ ଅଭିଯାନ ରେ ଗାଡି ଚାଳକ ଙ୍କ ଡ଼ିଏଲ ଚେକିଂ, ସିଟ ବେଲ୍ଟ ଚେକିଂ, ହେଲମେଟ ଚେକିଂ, ଫାଇନ ସହିତ ଗାଡି ଜବତ, ଓଭର ସ୍ପିଡ଼ ପାଇଁ , ମୋବାଇଲ ୟୁଜ ପାଇଁ ପ୍ରମୁଖ କାରଣ ପାଇଁ ଅନେକ ଡ଼ିଏଲ କୁ ବାତିଲ କରାଯାଇ ଗାଡି ଚାଳକ ନାଁ ରେ ବିଭିନ୍ନ ମାମଲା ରୁଜୁ ହୋଇଛି l ସହର ତଥା ସମଗ୍ର ଜ଼ିଲ୍ଲା ରେ ଦୁର୍ଘଟଣା ହାର ଓ ମୃତ୍ୟୁ ହାର ବୃଦ୍ଧି ପାଇଥିବାରୁ ଜ଼ିଲ୍ଲା ର ବୃହତ୍ତର ସ୍ୱାର୍ଥ ଦୃଷ୍ଟି ରୁ ସାଧାରଣ ଲୋକ ଓ ପର୍ୟ୍ୟଟକ ଙ୍କ ଧନ ଜୀବନ ସୁରକ୍ଷା ଲାଗି ଆଗକୁ ଏ ଅଭିଯାନ କୁ ଆହୁରି କଡାକଡି କରାଯିବ l ଏବଂ ଲୋକେ ଯେମିତି ଅଯଥା ରେ ଦଶ ହଜାର, ପନ୍ଦର ହଜାର ଓ ଆଜି ଭଳି ଲକ୍ଷ ଲକ୍ଷ ଟଙ୍କା ବସ ଟ୍ରକ ଗୁଡିକ ଫାଇନ ନ ଦେବେ ଏବଂ ନିଶା ଗ୍ରସ୍ତ ଅବସ୍ଥା ରେ ଗାଡି ନ ଚଳାଇବାବେ, ଟ୍ରାଫିକ ନିୟମ କୁ ଶୃଙ୍ଖଳା ର ସହିତ ମାନିବାକୁ ଓ ଜ଼ିଲ୍ଲା ରେ ଦୁର୍ଘଟଣା ମୃତ୍ୟୁ ହାର କୁ କିଭଳି ରୋକା ଯାଇ ପାରିବ ଏଥିପାଇଁ ପୁରୀ ଜ଼ିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ରବୀନ ପଟ୍ଟନାୟକ ଏ ଚନ୍ଦ୍ରଭାଗା ଅଞ୍ଚଳ, ସହର ତଥା ପୁରୀ ଜ଼ିଲ୍ଲା ବାସୀ ଙ୍କୁ ନିବେଦନ କରିଛନ୍ତି l ଏ ନେଇ ସହର ତଥା ଜ଼ିଲ୍ଲା ର ବିଭିନ୍ନ ସ୍କୁଲ କଲେଜ ଛାତ୍ର ଛାତ୍ରୀ, ବିଭିନ୍ନ ସ୍ବେଛାସେବୀ ଅନୁଷ୍ଠାନ ଓ ପୋଲିସ ସହାୟତା ରେ ଏ ଅଭିଯାନ କୁ ଆହୁରି ବ୍ୟାପକ କରାଯିବ ଓ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯିବ ବୋଲି ଆରଟିଓ ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି l ଏଇ ମେଗା ଅଭିଯାନ ରେ ଆରଟିଓ ଶ୍ରୀ ପଟ୍ଟନାୟକ ଙ୍କ ସମେତ ଏମ ଭିଆଇ, ଆସିଷ୍ଟାଣ୍ଟ ଏମଭିଆଇ, ଟି ଆଇ ଓ ଚନ୍ଦ୍ର ଭାଗା ଅଞ୍ଚଳ ର ବିଭିନ୍ନ ପୋଲିସ ଅଧିକାରୀ ପ୍ରମୁଖ ଉଭୟ ବିଭାଗ ର ସମସ୍ତ ଅଧିକାରୀ କର୍ମଚାରୀ ସାମିଲ ଥିଲେ l