କ୍ରୀଡ଼ା ଓ ସାମାଜିକ ସଚେତନତା:ନୂଆ ଓଡ଼ିଶା କାର୍ଯ୍ୟକ୍ରମ

– ରାୟଗଡା-(୧୪/୧୨) – ମୁନିଗୁଡ଼ା ସ୍ନାତକ ମହାବିଦ୍ୟାଳୟ ପରିସରରେ ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ନିର୍ଦ୍ଦେଶାଳୟ ନିର୍ଦ୍ଦେଶ କ୍ରମେ ନୂଆ -ଓଡ଼ିଶା ,ନୂତନ, ଉନ୍ନତ ଓ ଅଭିଳାଷ କାର୍ଯ୍ୟକ୍ରମ ମହାବିଦ୍ୟାଳୟର ପରିସରରେ ଅଧ୍ୟକ୍ଷ ଶ୍ରୀ ହୃଷିକେଶ ଜାଲିଙ୍କ ସଭାପତିତ୍ବରେ ଏକ ବର୍ଣାଢ଼ ଶୋଭା ମାଧ୍ୟମରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ମୁଖ୍ୟ ଅତିଥି ଭାବରେ ରାଜ୍ୟ କୋପରେଟିଭ ବ୍ୟାଙ୍କ ନିର୍ଦ୍ଦେଶକ ଶ୍ରୀ ଜଗନ୍ନାଥ ନୁଣ୍ଡୃକା ଉଦଘାଟନ କରି ଯୁବବର୍ଗ ତଥା ମହାବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନୂତନ, ଉନ୍ନତ ଓ ଅଭିଳାଷର ସ୍ବପ୍ନକୁ ପୁରଣ କରି ଏକ ଉନ୍ନତ ଓଡ଼ିଶା ଗଠନରେ ଅଂଶ ବିଶେଷ ହେବା ଉଚ୍ଚିତ ବୋଲି ମତ ପୋଷଣ କରିଥିଲେ।ଅନ୍ୟତମ ସମ୍ମାନନୀୟ ଅତିଥି ଭାବରେ ଓଡ଼ିଶା ବିଜୁ ଛାତ୍ର ଜନତା ଦଳର ଉପ-ସଭାପତି ଶ୍ରୀ ଵିଷ୍ଣୁ ପ୍ରସାଦ ପଣ୍ଡା

ଯୋଗଦାନ କରି ମୁଖ୍ୟମନ୍ତ୍ରୀଙ୍କ ଉନ୍ନତ ଓଡ଼ିଶାର ଆଭିମୁଖ୍ୟ ବର୍ଣ୍ଣନା କରିବା ସହ ଯୁବବର୍ଗ ନିଜ ନିଜର ଦକ୍ଷତା ଖେଳ ,କଶରତ ମାଧ୍ୟମରେ ପ୍ରଦର୍ଶନ କରି ଆମ ଅଞ୍ଚଳର ବିଶ୍ୱ ସ୍ତରରେ ନାମକୁ ପ୍ରତିପାଦିତ କରିବାକୁ ଆହ୍ବାନ କରିଥିଲେ। ରାଜ୍ୟ ବିଜୁ ଜନତା ଦଳର ସାଧାରଣ ସଂପାଦକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ଗୌଡ଼ ,ଉପ-ସଭାପତି ଶ୍ରୀଯୁକ୍ତ ରତନ ଲାଲ ଜୈନ, ମୁନିଗୁଡ଼ା ପଂଚାୟତ ସମିତି ‘ଖ’ ଜୋନ୍ ସଦସ୍ୟା ଶ୍ରୀମତୀ ମାଧବୀ କନ୍ଧପାଣି ,ସୀମାଞ୍ଚଳ ଦାସ, ଶ୍ରୀ ବୃନ୍ଦାବନ ପାଢୀ ଓ ସାମ୍ବାଦିକ ଶ୍ରୀ ସୀମାଞ୍ଚଳ ପଣ୍ଡା ଯୋଗ ଦାନ କରି ସମସ୍ତଙ୍କୁ ଉତ୍ସାହିତ କରିଥିଲେ। ପୂର୍ବତନ ପ୍ରଧାନ ଶିକ୍ଷକ ତଥା ମହାବିଦ୍ୟାଳୟର ପରିଚାଳନା ସଭାପତି ଶ୍ରୀ ପ୍ରମୋଦ କୁମାର ପରିଡ଼ା ଅତିଥି ଭାବରେ ଯୋଗଦେଇ ସରକାରଙ୍କ ଆଭିମୁଖ୍ୟକୁ ଉଚ୍ଚ ପ୍ରଶଂସା କରିଥିଲେ।ମୁଖ୍ୟ ନୋଡ଼ାଲ ଅଫିସର ଅଧ୍ୟାପକ ଶ୍ରୀ ବିରାଟ କିଶୋର ପଣ୍ଡା ନୂଆ-ଓଡ଼ିଶା କାର୍ଯ୍ୟକ୍ରମ ସମ୍ପର୍କରେ ବିଶଦ ବିବରଣୀ ଉପସ୍ଥାପନ କରିଥିଲେ।ମୁଖ୍ୟ ଅତିଥି ଶ୍ରୀ ପରିଡ଼ା ନୂଆ ଓଡ଼ିଶା ଗଠନରେ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଭୂୟଶୀ ପ୍ରଶଂସା କରିଥିଲେ।ଅଧ୍ୟକ୍ଷ ଶ୍ରୀ ଜାଲି ଛାତ୍ର ଛାତ୍ରୀ ମାନଙ୍କର ଶିକ୍ଷା ଓ ଦକ୍ଷତାର ବିକାଶ ସହ କ୍ରୀଡ଼ା, ସାଂସ୍କୃତିକ ଓ ସମାଜ ସଚେତନତାରେ ସେମାନଙ୍କ ଭୂମିକା ରହିବା ଆବଶ୍ୟକତା ବିଷୟରେ ପ୍ରାଧାନ୍ୟ ପ୍ରଦାନ କରିଥିଲେ।କ୍ରୀଡ଼ା ସଙ୍ଗଠକ ଅଧ୍ୟାପକ ଶ୍ରୀ ରଜନୀକାନ୍ତ ମିଶ୍ର,ସଂସ୍କୃତି ସଙ୍ଗଠକ ଡ଼ଃ ରାମନାଥ ମହାପାତ୍ର ଓ ସାମାଜିକ ସଙ୍ଗଠକ ଶ୍ରୀ ରମାକାନ୍ତ ଚିଂଛୁଆଣୀ ଉଦବୋଧନ ଦେଇ ଛାତ୍ରଛାତ୍ରୀ ମାନେ ନିଜ ନିଜର ପାରଦର୍ଶିତା ପ୍ରଦର୍ଶନ କରିବା ନିମନ୍ତେ ଆହ୍ୱାନ ଦେଇଥିଲେ।ଅଧ୍ୟାପିକା ମନୋରମା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଆଜିର କାର୍ଯ୍ୟକ୍ରମକୁ ଅନ୍ୟତମ ସାମାଜିକ ସଚେତନ ସଂଯଜୋକ ଅଧ୍ୟାପକ ଅସିତ କୁମାର ମହାନ୍ତିଙ୍କ ନେତୃତ୍ୱରେ ପାଞ୍ଚଶତ ଛାତ୍ର ଛାତ୍ରୀ ସହର ପରିକ୍ରମା କରି ନୂତନ ବସ ଷ୍ଟାଣ୍ଡ ଠାରେ ପରୀ (ଝିଅଙ୍କ) ସୁରକ୍ଷା ଓ ପ୍ଲାଷ୍ଟିକ ମୁକ୍ତ ପରିବେଶ ଉପରେ ପଥପ୍ରାନ୍ତ ନାଟକ ମାଧ୍ୟମରେ ସଚେତନତା ଅଭିଯାନ ପ୍ରଦାନ କରିଥିଲେ।, ଅଧ୍ୟାପକ ବିଶ୍ୱନାଥ ନାୟକ, ଅଧ୍ୟାପିକା ଋତୁ କାଟି, ଅଧ୍ୟାପକ ଗୋଲୋକ ସ୍ବାଇଁ ,ଅଧ୍ୟାପିକା ପ୍ରମିତା ଗୌଡ଼ ଉପସ୍ଥିତ ରହି ସେମାନଙ୍କୁ ପରାମର୍ଶ ଦେଇଥିଲେ।ଏହି କାର୍ଯ୍ୟକ୍ରମ ଆରମ୍ଭରେବ ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ପ୍ରଦାନ କରିବା ସହ ମହାବିଦ୍ୟାଳୟ ଦ୍ୱାରା ଭୋଜନରେ ସମସ୍ତ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ ଓ ସରକାରଙ୍କ ପ୍ରାୟୋଜିତ କାର୍ଯ୍ୟକ୍ରମକୁ ଭୂୟଶୀ ପ୍ରଶଂସା କରିଥିଲେ-

Leave a Reply

Your email address will not be published. Required fields are marked *