ନୂଆବଜାର ଭଦ୍ରକ ସଂକୁଳ ର ଖେଳକୁଦ ସମାରୋହ

ଭଦ୍ରକ(୧୬/୧୨/୨୦୨୩) ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପୁରୁଣା ବଜାର ଭଦ୍ରକ, ଆନୁକୂଲ୍ୟରେନୂଆବଜାର ଭଦ୍ରକ ସଂକୁଳ ର ଖେଳକୁଦ ସମାରୋହ ଅନୁଷ୍ଠିତହୋଇଯାଇଛି।ଏଥିରେ ମୁଖ୍ୟଅତିଥି ଭାବେ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ରବହଳୀ କ୍ରୀଡାର ଉପାଦେୟତା ସମ୍ପର୍କରେ ଶିଶୁମାନଙ୍କୁ ମାର୍ଗଦର୍ଶନ କରିଥିଲେ।ନୂଆବଜାର ସଙ୍କୁଳ ସଂଯୋଜକ ଶ୍ରୀଯୁକ୍ତ ଭାଗବତ ମହାଳିକ ଅତିଥି ମାନଙ୍କର ପରିଚୟ ପ୍ରଦାନ ସହ ସ୍ବାଗତ ଭାଷଣ ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ସଙ୍କୁଳ ପ୍ରମୁଖ ଶ୍ରୀଯୁକ୍ତ ପଦ୍ମନାଭ ମଲ୍ଲିକ, ବିଦ୍ୟାଳୟର କୋଷାଧ୍ୟକ୍ଷ ଶ୍ରୀମତୀ ଶକୁନ୍ତଳା ଦାସ,ବିଦ୍ୟାଳୟର ସମ୍ପାଦକ ଶ୍ରୀଯୁକ୍ତ ଶିବଶଙ୍କର ଦାସ ମଞ୍ଚରେ ଉପସ୍ଥିତ ରହି ଶିଶୁ ମାନଙ୍କୁ ଉତ୍ସାହିତ କରିଥିଲେ।ସଙ୍କୁଳ ସହ ସଂଯୋଜକ ଶ୍ରୀଯୁକ୍ତ ମଦନମୋହନ ମହାନ୍ତ ଅତିଥିମାନଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।ଉକ୍ତ ଉଦ୍ଘାଟନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ବିଦ୍ୟାଳୟର ଆଚାର୍ଯ୍ୟ ଶ୍ରୀଯୁକ୍ତ ଅଶୋକ କୁମାର ସାହୁ। ସଙ୍କୁଳ କ୍ରିଡ଼ା ପ୍ରମୁଖ ଶ୍ରୀଯୁକ୍ତ ଅକ୍ଷୟ କୁମାର ନାୟକ କ୍ରିଡ଼ା ପରିଚାଳନା କରିବା ସହ ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ।

ଭଦ୍ରକ ରୁ ପୁନିଲ କୁମାର ସାମନ୍ତ reporter

Leave a Reply

Your email address will not be published. Required fields are marked *