ପରଲୋକରେ ବିଶିଷ୍ଟ କ୍ରୀଡା ସଂଗଠକ ବିମଳ ଦାସ

ବିଶିଷ୍ଟ କ୍ରୀଡା ସଂଗଠକ ତଥା ବରିଷ୍ଠ ସାମ୍ବାଦିକ ବିମଳ ପ୍ରସାଦ ଦାସଙ୍କ ୬୭ବର୍ଷରେ ପରଲୋକ ହୋଇଛି। ଜଣେ ଦକ୍ଷ କ୍ରୀଡାବିତ୍, ଚିତ୍ରକର, ସାମ୍ବାଦିକ ଓ ସମାଜସେବୀ ଭାବେ ପରିଚିତ ସ୍ବର୍ଗତ ଦାସ କିଛି ବର୍ଷ ଧରି ଅସୁସ୍ଥ ଥିଲେ। କୋଣାର୍କ ଟିଭି ରୁ ନିଜ କର୍ମମୟ ଜୀବନ ଆରମ୍ଭ କରିଥିବା, ପରବର୍ତ୍ତୀ ସମୟରେ ସ୍ବର୍ଗତ ଦାସ, ଶ୍ରୀକ୍ଷେତ୍ର ପୁସ୍ତକ ମେଳା,ଛାତ୍ର-ଶିକ୍ଷକ-ଅଭିଭାବକ ସଂଘ, ଶ୍ରୀକ୍ଷେତ୍ର କଳା ପ୍ରକାଶିକା, ଶ୍ରୀକ୍ଷେତ୍ର ଜାଗରଣ ପରିଷଦ, ଜିଲ୍ଲା କ୍ରୀଡା ସଂଘ ରେ ସଂଶ୍ଲିଷ୍ଟ ରହିବା ସହ ବିଭିନ୍ନ ସମ୍ବାଦପତ୍ର ରେ ସାମ୍ବାଦିକତା କରିଥିଲେ। ମୃତ୍ୟୁ ବେଳକୁ ତାଙ୍କ ନିକଟରେ ଧର୍ମପତ୍ନୀ ସୁଷମା ମହାନ୍ତି,ଝିଅ ପ୍ରୀତିଶାଶ୍ଵତୀ ଓ ଜୋଇଁ କ୍ଷିତିଶ ଦାସ ଉପସ୍ଥିତ ଥିଲେ। ସ୍ବର୍ଗଦ୍ବାର ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ସେବାୟତ ରାମଚନ୍ଦ୍ର ଦାସ ମହାପାତ୍ର, ସମାଜସେବୀ ଵଦ୍ରି ମିଶ୍ର, କ୍ରୀଡ଼ା ସଂଗଠକ ରବିଶଙ୍କର ପ୍ରତିହାରୀ, ସାମ୍ବାଦିକ ମଧୁସୂଦନ ମିଶ୍ର, ସୋମନାଥ ଗୋଛିକାର,ଦେବଦତ୍ତ ଷଡଙ୍ଗୀ,ରାଧାକାନ୍ତ ରଥ, ଦିକ୍ଷିତ ବଡପୋଖରୀ ଜାଗା ସଂପାଦକ ଜ୍ୟୋତିପ୍ରକାଶ ମହାପାତ୍ର, ରବିନାରାୟଣ ଦାସ,ପ୍ରସନ୍ନ ମିଶ୍ର, ଗୋବିନ୍ଦ ମହାନ୍ତି, ଅନାମ ସାହୁ, ଶିବ ସୁନ୍ଦର ମିଶ୍ର, ପ୍ରସନ୍ନ ଲେଙ୍କା ,ଭବାନୀ ବଳିୟାରସିଂହ ପ୍ରମୁଖ ଶବାଧାର ରେ ମାଲ୍ୟାର୍ପଣ କରିଥିଲେ। ମୁଖାଗ୍ନି ଦେଇଥିଲେ ପୁତ୍ର ବିଶ୍ବରଂଜନ ଦାସ।