ଆଶାର ଆଲୋକ ବିତରଣ

ଆଶାର ଆଲୋକ ବିତରଣ କରି
ଜୀବନେ ଦେଇଛ ସୁଖ।
ପ୍ରକୃତି ବନ୍ଧୁ ହରିହର ସାହୁ
ଆଶାର ଆଲୋକ ବିତରଣ କରି ଜୀବନେ ଦେଇଛ ସୁଖ
ତୁମେ ମୋର ଗତି ତୁମେ ମୋ ପ୍ରଗତି
ଅଜାଡୁଛି କୋହ ଦୁଃଖ।
ତୁମେ ଅଟ ଜଳ ତୁମେ ଅଟ ବାୟୁ
ତୁମେ ତ ସୂର୍ଯ୍ୟ ଙ୍କ ରଶ୍ମୀ
ତୁମ ବିନା କେହି ବଞ୍ଚି ପାରିବେନି
ତୁମେ ତ ଶରଦ ଶଶୀ।
ତୁମେ ନ ଚାହିଁଲେ ‌ପତ୍ର ହଲିବନି
ବର୍ଷିବନି ଜଳଧାରା
ଆକାଶ ପୃଷ୍ଠାରେ ଦେଖି ବେନି କେହି
ସୁନ୍ଦର ନକ୍ଷତ୍ର ତାରା।
ବିପଦେ ସମ୍ପଦେ ଥାଆ ପ୍ରଭୁ ପାଖେ ତୁମେ ମୋ ଜୀବନ ଗତି
ତୁମ ବିନା ମୁଁହି ନିରର୍ଥକ ହେବି
ବିଶ୍ବ ବ୍ରହ୍ମାଣ୍ଡ ର ପତି।
ତୁମେ ଜଗନ୍ନାଥ ଅନାଦି ର ନାଥ
ଦୟାମନ୍ତ ବିଶ୍ବ କର୍ତ୍ତା
ତୁମେ ହେଉଅଛ ନିଳାଦ୍ରୀ ବିହାରୀ
ଉତ୍କଳ ର ଶ୍ରେଷ୍ଠ ନେତା।
(ରାଜ୍ୟ, ପ୍ରକୃତି ବନ୍ଧୁ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଓ ଆନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ)
ଇଲେଇଜଙ୍ଗ, ଗଁଦିଆ, ଢେଙ୍କାନାଳ, ଓଡ଼ିଶା ୭୫୯୦୧୬

Leave a Reply

Your email address will not be published. Required fields are marked *