ବସନ୍ତର ପର୍ବ ଆମ ଚଇତାଳି

ନିମାପଡା – ସ୍ଥାନୀୟ ଗ୍ରୀନଲାଣ୍ଡ ମଣ୍ଡପରେ ନିମାପଡା ପ୍ରେସକ୍ଲବ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଏହି ସମ୍ମିଳନୀରେ ସଭାପତି ରଞ୍ଜନ କୁମାର ପଟ୍ଟନାୟକ,ସମ୍ପାଦକ ରଜ କୁମାର ଦାସ,ପ୍ରଶାସନିକ ଅଧିକାରୀ ସତ୍ୟନ୍ଦ୍ର ମୋହନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।
1 ରୁ 5 ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ମୁକ୍ତାକାଶ ରଙ୍ଗମଞ୍ଚରେ ଅନୁଷ୍ଠିତ ହେବ। ଏହି ମହୋତ୍ସବରେ ନିମାପଡାରୁ ଓଡିଶୀ ନୃତ୍ୟ, ପୁରୀରୁ ଘୋଡାନାଚ, କଲିକତାରୁ ଭାରତନାଟ୍ୟମ, ମୟୁରଭଞ୍ଜରୁ ଛଉ, କଲିକତାରୁ କଥକ, ବାଲାଙ୍ଗୀରିରୁ ସମ୍ବଲପୁରୀ, ପୁରୀରୁ ମହରୀ ଏବଂ ଗୋଟିପୁଅ ନୃତ୍ୟ ପରିବେଷଣ କାର୍ଯ୍ୟକ୍ରମ ରହିଛି l ଦର୍ଶକଙ୍କ ମନୋରଞ୍ଜନ ପାଇଁ ମେଲୋଡି ଅକ୍ରେଷ୍ଟର ଆୟୋଜନ କରାଯାଇଛି l
ରିପୋର୍ଟ- ବିବେକାନନ୍ଦ, ନିମାପଡା।