ଶ୍ରୀ ଶ୍ରୀ ବାଙ୍କନାଥ ଦେବଙ୍କ ୨୧ତମ ବିଶ୍ୱ ଶାନ୍ତି ମହାଯଜ୍ଞ ଅନୁଷ୍ଠିତ

ଶ୍ରୀ ଶ୍ରୀ ବାଙ୍କନାଥ ଦେବଙ୍କ ୨୧ତମ ବିଶ୍ୱ ଶାନ୍ତି ମହାଯଜ୍ଞ ଅନୁଷ୍ଠିତ
ଜଟଣୀ ତା ୦୪-୦୬-୨୫ ଡେ଼ଲାଙ୍ଗ ବ୍ଲକ ଅନ୍ତର୍ଗତ ସୁଜନପୁର ଗ୍ରାମ ପଞ୍ଚାୟତର ସାତ୍ତିକପୁର ଓ ଗୋଡ଼ି ସାହି ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଶ୍ରୀ ଶ୍ରୀ ବାଙ୍କନାଥ ଦେବଙ୍କ ବିଶ୍ୱ ଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଯଜ୍ଞ କର୍ମରେ କର୍ତ୍ତା ଭାବେ ବିଶ୍ୱଜିତ୍ ଛୋଟରାୟ ଓ ତାଙ୍କର ଧର୍ମପତ୍ନୀ ଶିପ୍ରା ଛୋଟରାୟ ଯୋଗ ଦେଇଥିଲେ । କଳସ ଶୋଭାଯାତ୍ରାରେ ଯାଇ ମହିଳାମାନେ ଲୁଣା ନଦୀରୁ ଜଳ ଆଣିବା ପରେ କଳସ ସ୍ଥାପନ କରାଯାଇଥିଲା । ପଣ୍ଡିତ ରବୀନ୍ଦ୍ର ଦାଶ ଓ ପ୍ରଭାତ କୁମାର ପାଣି ପୁରୋହିତ ଭାବେ ଯୋଗ ଦେଇ ଯଜ୍ଞ କାର୍ଯ୍ୟ ସମାପନ କରିଥିଲେ । ଏହି ଅବସରରେ ପୁରୀ ଲୋକସଭା ସାଂସଦ ଡ ସମ୍ବିତ ପାତ୍ର, ପୂର୍ଣ୍ଣାହୂତି ପିପିଲି – ଡେ଼ଲାଙ୍ଗ ବିଧାୟକ ଶ୍ରୀ ଆଶ୍ରିତ ପଟ୍ଟନାୟକ ପୂର୍ଣ୍ଣାହୂତି ଦିବସରେ ଯୋଗ ଦେଇଥିଲେ । ଆଖ ପାଖ ଅଞ୍ଚଳର ବହୁ ଶ୍ରଦ୍ଧାଳୁ ଭକ୍ତ ଯୋଗ ଦେଇଥିଲେ ।ସମସ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ଜଟଣୀରୁ ନିଳାମ୍ବର ମିଶ୍ରଙ୍କ ରିପୋର୍ଟ ।