ଶ୍ରୀ ମନ୍ଦିର ପ୍ରକଳ୍ପ କାର୍ଯ୍ୟ କୁ ଅନୁଧ୍ୟାନ କରାଗଲା

ଶ୍ରୀ ଜଗନ୍ନାଥ ମନ୍ଦିର ଚାରିଦୁଆର ଖୋଲିବାକୁ ଘୁଞ୍ଚାଇ ଦିଆଯାଇଥିବା ଓବଶା ବନ୍ଦ ପରିପ୍ରେକ୍ଷୀରେ ଆଜି ଅକ୍ଟୋବର ତିନି ମଙ୍ଗଳବାର ଏକ ଆଇନଜୀବୀ କମିଟିର ଶ୍ରୀ ମନ୍ଦିର ପ୍ରକଳ୍ପ କାର୍ଯ୍ୟ କୁ ଅନୁଧ୍ୟାନ କରାଗଲା। ସରକାରଙ୍କୁ ଦୁଇମାସ କାର୍ଯ୍ୟ ସମାପନ ପାଇଁ ଓ ଏକମାସ ଭକ୍ତ ମାନଙ୍କ ପାଇଁ ଭିତ୍ତିଭୂମି ତିଆରିବା ଯଥା ଟେଣ୍ଟ୍ ବାନ୍ଧିବା, ପାଣି ଯୋଗାଣ ଓ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ କାମ ପାଇଁ କଣ୍ଟ ବା ତେଡ୍ ଲାଇନ୍ ଦିଆଗଲା। ଅର୍ଥାତ୍ ଅକ୍ଟୋବର ତିନି ରୁ ଡିସେମ୍ବର ତିନି ଓ ଡିସେମ୍ବର ତିନି ରୁ ଜାନୁଆରୀ ତିନି। ଜାନୁୟାରୀ ତିନି ସୁଦ୍ଧା ଚାରି ଦୁଆର ନ ଖୋଲିଲେ ପୁନର୍ବାର ଘୁଞ୍ଚାଇ ଦିଆଯାଇଥିବା ବନ୍ଦ ଡାକରାକୁ ପୁଣି ଶାନ୍ତିପୂର୍ଣ୍ଣ ଭାବେ ସାରା ରାଜ୍ୟରେ ପାଳନ କରାଯିବାପାଇଁ ନିଷ୍ପତ୍ତି ହେଲା। ମହାପ୍ରଭୁ ଙ୍କର ରତ୍ନଭଣ୍ଡାର ମାମଲାରେ ଏକ କମିଟି କରାଯାଇ ଷାଠିଏ ଦିନ ବା ଦୁଇମାସ ମଧ୍ୟରେ ଖୋଲାଯିବା ପାଇଁ ମାନ୍ୟବର ହାଇକୋର୍ଟ ସରକାର ଙ୍କୁ ନିର୍ଦେଶ ଦେଇଥିବାରୁ ସରକାର ଶ୍ରୀ ମନ୍ଦିର ପରିଚାଳନା କମିଟି ସହ ଆଲୋଚନା କରି ସେଇ ଜାନୁୟାରୀ ତିନି ତାରିଖ ସୁଧା ନିଷ୍ପତ୍ତି ନ ନେଲେ ପୁଣି ଏଇ ଦୁଇ ଦାବି କୁ ନେଇ ଶାନ୍ତିପୂର୍ଣ୍ଣ ଓଡ଼ିଶା ବନ୍ଦ କରାଯିବ। ଯୁଦ୍ଧ କାଳୀନ ଭାବରେ ପ୍ରକଳ୍ପ କାର୍ଯ୍ୟ ସାରିବା ପାଇଁ ପୁଣିଥରେ ଦୃଢ଼ ଦାବି ଜଣାଉଛୁ। ସାଢେ଼ ଚାରି କୋଟି ଓଡିଆଙ୍କ ଗୁହାରି କାଳିଆ ସାଆନ୍ତେ ନିଶ୍ଚିତ ଶୁଣିବେ ବୋଲି ଆମେ ବିନମ୍ର ପ୍ରାର୍ଥନା କରୁଛୁ 🙏🙏🙏🙏ଜୟ ଜଗନ୍ନାଥ 🙏🙏🙏🙏

Leave a Reply

Your email address will not be published. Required fields are marked *