ନାରୀ ମାନଙ୍କର ପ୍ରତିଭା କୁ ଲୋକଲୋଚନକୁ ଆଣିବାର ଏକ ଅଭିନବ ପ୍ରୟାସ ରେ ଆରମ୍ଭ ଅନୁଷ୍ଠାନ

ଶୁକ୍ରବାର ଦିନ ପ୍ରତାପ ପୁରୁଷୋତ୍ତମପୁର ଆଳନ୍ଦିଆ ଗ୍ରାମ ଠାରେ, ଆରମ୍ଭ ଅନୁଷ୍ଠାନ ପକ୍ଷରୁ ଆରମ୍ଭ 2024 ର ପୁରୀ ସଦର ର ୩୦ ଗୋଟି ପଞ୍ଚାୟତ କୁ ଧରି ଚାଲିଥିବା “ଶ୍ରୀକ୍ଷେତ୍ର ଲକ୍ଷ୍ମୀ” ପ୍ରତିଯୋଗିତା ର ୨୧ତମ ପୁରୀ ସଦର ପ୍ରତାପ ପୁରୁଷୋତ୍ତମପୁର ପଞ୍ଚାୟତ ର ୨୫୦ ମହିଳା ଙ୍କୁ ନେଇ ସଙ୍ଗୀତ, ନୃତ୍ୟ,ଝୋଟି, ହୂଳହୁଳି, ଆଧ୍ୟାତ୍ମିକ ପ୍ରଶ୍ନଉତ୍ତର କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳା ପୂର୍ଣ୍ଣ ସମାପନ କରାଯାଇଛି।
ଏହି କାର୍ଯ୍ୟକ୍ରମ ୩୦ ଗୋଟି ପଞ୍ଚାୟତ ମଧ୍ୟରୁ ଆଗାମୀ ଦିନରେ ବଳକା ସମସ୍ତ ପଞ୍ଚାୟତ ରେ ହେବ ଏବଂ ସବୁ ପଞ୍ଚାୟତ ରେ ଭାଗନେଇଥିବା କୃତ୍ତି ପ୍ରତିଯୋଗୀ ମାନଙ୍କୁ ଆସନ୍ତା ଜାନୁଆରୀ 2024 ରେ ହେବାକୁ ଥିବା ଆରମ୍ଭ ମହୋତ୍ସବ 2024 କାର୍ଯ୍ୟକ୍ରମ ରେ ପୁରସ୍କୃତ କରାଯିବ ବୋଲି ସଭାପତି ଶ୍ରୀଯୁକ୍ତ ଗୋପାଳଚନ୍ଦ୍ର ଖୁଣ୍ଟିଆ ପ୍ରକାଶ କରିଛନ୍ତି।
ଆଜିର କାର୍ଯ୍ୟକ୍ରମ ରେ ଅତିଥି ଭାବେ ଅନୁଷ୍ଠାନ ର ସଭାପତି ଶ୍ରୀଯୁକ୍ତ ଗୋପାଳ ଚନ୍ଦ୍ର ଖୁଣ୍ଟିଆ ,ସଦର ବ୍ଲକ ଚେୟାରମେନ ଶ୍ରୀଯୁକ୍ତ ଦିବାକର ପାତ୍ର, କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ପ୍ରଦୀପ୍ତ କୁମାର୍ ମିଶ୍ର,ଯୁବ ସମାଜସେବୀ ଅଭିନାସ ମିଶ୍ର, ଶ୍ରୀ ରାମଚନ୍ଦ୍ର ଷଡ଼ଙ୍ଗୀ (ଅଧ୍ୟକ୍ଷ ଆତ୍ମା ପୁରୀ ସଦର ବ୍ଲକ), ଶ୍ରୀମତୀ ମୋନାଲି ମିଶ୍ର (ଜିଲ୍ଲା ପରିଷଦ ସଭ୍ୟା -୨୫ No ଜୋନ୍),ସଭାନେତ୍ରୀ ଶକୁନ୍ତଳା ଶତପଥି,ସମ୍ପାଦିକା ବିଷ୍ଣୁପ୍ରିୟା ମହାରଣା ଅତିଥି ଭାବେ ଯୋଗ ଦେଇ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ।
ଏଥିରେ ଜାତୀୟ ଚଳଚିତ୍ର ପୁରସ୍କାର ପ୍ରାପ୍ତ ଶ୍ରୀଯୁକ୍ତ ଆଶୁତୋଷ ପଟ୍ଟନାୟକ, ଉପ ସଭାପତି ସମୀର୍ କୁମାର ଶତପଥୀ , ସମ୍ପାଦକ ଦେବାଶିଷ ସିଂ,ରାକେଶ ଜେନା,ସୋମ୍ୟରଞ୍ଜନ ମିଶ୍ର,ଗଣେଶ୍ୱର ଦାସ୍,ପ୍ରଭୁପାଦ ମହାପାତ୍ର, ରବୀନ୍ଦ୍ର ଆଚାର୍ଯ୍ୟ,ଆଶିଷ ବେହେରା, ବିଶ୍ୱଜିତ୍ ଦାସ୍,ସୁଜିତ୍ ରାଉତରାୟ, ଜ୍ୟୋତି ରଞ୍ଜନ ମେକାପ, ପ୍ରଣୟ କୁମାର ରଣସିଂହ, ସନ୍ତୋଷ କୁମାର ବିନ୍ଧାଣି, ଆଶିଷ ବେହେରା, ଅଭିନାସ୍ ସାହୁ ପରିଚାଳନା କରିଥିଲେ।
