ନାରୀ ମାନଙ୍କର ପ୍ରତିଭା ସାରା ଦୁନିଆ ଆଗରେ ପରିବେଷଣ କରିବା ପାଇଁ ଆରମ୍ଭ ଅନୁଷ୍ଠାନ ର ଏକ ଅଭିନବ ପ୍ରୟାସ “ଶ୍ରୀକ୍ଷେତ୍ର ଲକ୍ଷ୍ମୀ”

ଆଜି ବାଲିପୁଟ ଗ୍ରାମ ଠାରେ, ଆରମ୍ଭ ଅନୁଷ୍ଠାନ ପକ୍ଷରୁ ଆରମ୍ଭ ମହୋତ୍ସବ ର ପୁରୀ ସଦର ର ୩୦ ଗୋଟି ପଞ୍ଚାୟତ କୁ ଧରି ଚାଲିଥିବା “ଶ୍ରୀକ୍ଷେତ୍ର ଲକ୍ଷ୍ମୀ” ପ୍ରତିଯୋଗିତା ର ୨୨ତମ ପୁରୀ ସଦର ବାଲିପୁଟ ପଞ୍ଚାୟତ ର ପଞ୍ଚାୟତ ଅଫିସ ରେ ୧୩୦ ମହିଳା ଙ୍କୁ ନେଇ ସଙ୍ଗୀତ, ନୃତ୍ୟ,ଝୋଟି, ହୂଳହୁଳି, ଆଧ୍ୟାତ୍ମିକ ପ୍ରଶ୍ନଉତ୍ତର କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳା ପୂର୍ଣ୍ଣ ସମାପନ କରାଯାଇଛି।
ଏହି କାର୍ଯ୍ୟକ୍ରମ ୩୦ ଗୋଟି ପଞ୍ଚାୟତ ମଧ୍ୟରୁ ଆଗାମୀ ଦିନରେ ବଳକା ସମସ୍ତ ପଞ୍ଚାୟତ ରେ ହେବ ଏବଂ ସବୁ ପଞ୍ଚାୟତ ରେ ଭାଗନେଇଥିବା କୃତ୍ତି ପ୍ରତିଯୋଗୀ ମାନଙ୍କୁ ଆସନ୍ତା ଜାନୁଆରୀ ୨୭.୨୮ ଓ ୨୯ 2024 ରେ ହେବାକୁ ଥିବା ଆରମ୍ଭ ମହୋତ୍ସବ 2024 କାର୍ଯ୍ୟକ୍ରମ ରେ ପୁରସ୍କୃତ କରାଯିବ ବୋଲି ସଭାପତି ଶ୍ରୀଯୁକ୍ତ ଗୋପାଳଚନ୍ଦ୍ର ଖୁଣ୍ଟିଆ ପ୍ରକାଶ କରିଛନ୍ତି।
ଆଜିର କାର୍ଯ୍ୟକ୍ରମ ରେ ଅତିଥି ଭାବେ ଅନୁଷ୍ଠାନ ର ସଭାପତି ଶ୍ରୀଯୁକ୍ତ ଗୋପାଳ ଚନ୍ଦ୍ର ଖୁଣ୍ଟିଆ ,ସଦର ବ୍ଲକ ଚେୟାରମେନ ଶ୍ରୀଯୁକ୍ତ ଦିବାକର ପାତ୍ର, କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ପ୍ରଦୀପ୍ତ କୁମାର୍ ମିଶ୍ର,ଯୁବ ସମାଜସେବୀ ଅଭିନାସ ମିଶ୍ର, (ପୂର୍ବତନ ସରପଞ୍ଚ ଶ୍ରୀଯୁକ୍ତ ପିତବାସ ଫରକ୍, ବାଲିପୁଟୁ ର ସଭାପତି ବସନ୍ତ ମଞ୍ଜରୀ ପ୍ରଧାନ , ବାଲିପୁଟ ର ସମ୍ପାଦିକା ସୁଲୋଚନା ମହାରଣା ଅତିଥି ଭାବେ ଯୋଗ ଦେଇ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ।