ଶ୍ରୀକ୍ଷେତ୍ର ମହୋତ୍ସବ

ଶ୍ରୀକ୍ଷେତ୍ର ମହୋତ୍ସବ ତଥା ବାରଙ୍ଗ ଭୋଜି କୁ ଚଳଚଂଚଳ ହୋଇ ଉଠିଛି ଜଗତସିଂହପୁର ଜିଲ୍ଲା ପୁନଙ୍ଗ ସ୍ଥିତ ସିଦ୍ଧ ସାଧକ ବାରଙ୍ଗ ଗୋସାଇଁଙ୍କ ପୀଠ । ଏହି ପବିତ୍ର ଶିବ ଚତୁର୍ଦ୍ଦଶୀ ଦିବସରେ ପୁରୀ ମନ୍ଦିର ଛାଡି ସ୍ଵୟଂ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଗୋଟିଏ ଦିନ ପାଇଁ ବାହୁଡ଼ି ଆସିଥାନ୍ତି ଏହି ବାରଙ୍ଗ ଗୋସାଇଙ୍କ ପୀଠ କୁ ବୋଲି ବିଶ୍ୱାସ ରହିଛି ।

ଚଳଚଞ୍ଚଳ ହୋଇ ଉଠିଛି ପୁନଙ୍ଗ ସ୍ଥିତ ସିଦ୍ଧ ସାଧକ ବାରଙ୍ଗ ଗୋସାଇଁଙ୍କ ପୀଠ । ପ୍ରାୟ ପାଂଚ ଶହ ବର୍ଷ ପୂର୍ବରୁ ପ୍ରତିବର୍ଷ ଶିବ ଚତୁର୍ଦ୍ଦଶୀ ତିଥିରେ ଏଠାରେ ଶ୍ରୀକ୍ଷେତ୍ର ଉତ୍ସବ ପାଳିତ ହୋଇ ଆସୁଛି । ପଞ୍ଚସଖାଙ୍କ ଭିତରୁ ଅନ୍ୟତମ ଶିଶୁ ଅନନ୍ତଙ୍କ ଶିଷ୍ୟ ଥିବା ବାରଙ୍ଗ ଗୋସାଇ ଏଠାରେ ସିଦ୍ଧି ପ୍ରାପ୍ତ କରିଥିଲେ । ଏହା ସହିତ ନିଜ ଭକ୍ତିର ଡୋରୀରେ ମହାପ୍ରଭୁଙ୍କୁ ବାନ୍ଧି ରଖିଥିଲେ । ଗୋସାଇଁ ଙ୍କ ଅନୁରୋଧ ରକ୍ଷା କରି ଏହି ଦିନରେ ପ୍ରଭୁ ଜଗନ୍ନାଥ ଏଠାକୁ ବାହୁଡ଼ି ଆସିଥିବା ରୁ ଏହି ପୀଠ ଦିନଟିଏ ପାଇଁ ଶ୍ରୀକ୍ଷେତ୍ରରେ ପରିଣତ ହୋଇ ଥାଏ ।

ଏହି ଦିବସରେ ବହୁ ସାଧୁସନ୍ଥ ମାନେ ଯୋଗ ଦେଇ ନାମ ସଂକୀର୍ତ୍ତନ କରିବା ସହିତ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ଏହି ପବିତ୍ର ଶ୍ରୀକ୍ଷେତ୍ର ମହୋତ୍ସବ ରେ ହଜାର ହଜାର ଶ୍ରଧ୍ୟାଳୁଙ୍କ ଗହଳିରେ ପୁରା ଅଂଚଳ ଫାଟି ପଡିଥିଲା । ଏହା ସହିତ ଶତାଧିକ ଚୁଲି ରେ ଶ୍ରଦ୍ଧାଳୁ ମାନେ ବାରଙ୍ଗର ସବୁଜ ବନାନୀ ପରିବେଶରେ ନିଜ ହାତରେ ରୋଷେଇ କରି ମହାପ୍ରସାଦ ଭାବେ ଏହାକୁ ଗ୍ରହଣ କରିଥିବା ର ଦୃଶ୍ୟ ମାନ ଭାବ ଗମ୍ଭୀର ବାତାବରଣ ସୃଷ୍ଟି କରିଛି । ଏହା ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିବାରୁ ପ୍ରବଳ ଭକ୍ତଙ୍କ ସମାଗମ ହୋଇଥିଲା । ଭକ୍ତ ଙ୍କ ସମାଗମ କୁ ଦୃଷ୍ଟି ରେ ରଖି ଆଇନି ଶୃଙ୍ଖଳା ପରିସ୍ଥିତି କଡାକଡି କରାଯାଇ ଥିବା ଅତିରିକ୍ତ ଏସ୍ପି କହିଛନ୍ତି ।

ଚଳିତ ବର୍ଷ ଏହି ଉତ୍ସବ ମହାଆଡ଼ମ୍ବର ସହ ପାଳନ କରାଯାଇଥିବା ବେଳେ ହଜାର ହଜାର ସଂଖ୍ୟାରେ ଭକ୍ତ ଓ ଶ୍ରଦ୍ଧାଳୁ ଜଗନ୍ନାଥ ଙ୍କୁ ଦର୍ଶନ କରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି ।

ଜଗତସିଂହପୁର ରୁ ରୀତା ସାହୁ

Leave a Reply

Your email address will not be published. Required fields are marked *