ଆକାଶବାଣୀ ଶ୍ରୀକ୍ଷେତ୍ର ସୁରଭି କାର୍ଯ୍ୟକ୍ରମ

ଗତ କିଛିଦିନ ମଧ୍ୟରେ ଶ୍ରୀମନ୍ଦିରରେ ଅନେକ ସଂସ୍କାର ମୂଳକ ପଦକ୍ଷେପ ଗ୍ରହଣ ହୋଇଛି। ଅନେକ ଏ ସମ୍ପର୍କରେ ବିସ୍ତ୍ରୁତ ଭାବେ ଅବଗତ ନାହାନ୍ତି। ଶାଳୀନ ପୋଷାକ ପରିଧାନ ହେଉ କି ପାନ ଗୁଟଖା ବର୍ଜନ। ଶ୍ରଦ୍ଧାଳୁ ଏସବୁ କଟକଣା ନେଇ ଦ୍ବନ୍ଦ୍ୱରେ ଅଛନ୍ତି। ଆକାଶବାଣୀ ପୁରୀ ଶ୍ରୋତାବନ୍ଧୁଙ୍କ ଏହି ଦ୍ବନ୍ଦ୍ୱ ଦୂର କରିବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ଶ୍ରୀକ୍ଷେତ୍ର ସୁରଭି କାର୍ଯ୍ୟକ୍ରମରେ ଆକାଶବାଣୀ ପୁରୀ ଷ୍ଟୁଡିଓ ପରିସରରେ ଆଲୋଚନାରେ ସାମିଲ ହେବେ। ନଭେମ୍ବର 23 ଗୁରୁବାର ସକାଳ 10ଟାରେ ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯିବ। ଏହି କାର୍ଯ୍ୟକ୍ରମରେ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଆଚରଣ, ଉଚ୍ଚାରଣ, ଆବରଣ ତଥା ଆବଶ୍ୟକୀୟ ସୁବିଧା ସୁଯୋଗ ସମ୍ପର୍କରେ ଶ୍ରୀ ଦାସ ଶ୍ରୋତାବନ୍ଧୁଙ୍କୁ ସୂଚନା ଦେବେ ଓ ସଚେତନ କରିବେ।

Leave a Reply

Your email address will not be published. Required fields are marked *