ପଶୁପତିନାଥ ମନ୍ଦିରରେ ପହଞ୍ଚିଲା ନିମନ୍ତ୍ରଣ

ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ର ଲୋକାର୍ପଣ ଆଗାମୀ ମାସ ୧୭ ତାରିଖରେ।ଏହି ଭବ୍ୟ ଲୋକାର୍ପଣରେ ସାମିଲ ହେଵା ପାଇଁ ଆମ ରାଜ୍ୟର ସମସ୍ତ ଜିଲ୍ଲାର ପ୍ରମୁଖ ମନ୍ଦିର,ଦେଶର ବିଭିନ୍ନ ରାଜ୍ୟର ପ୍ରମୁଖ ମନ୍ଦିର ଓ ଦେଶ ବାହାରର ବିଭିନ୍ନ ପ୍ରମୁଖ୍ୟ ମନ୍ଦିର ମାନଙ୍କର ମୁଖ୍ୟଙ୍କୁ ନିମନ୍ତ୍ରଣ ପତ୍ର ପ୍ରଦାନ କରାଯାଉଛି।ଏହି କ୍ରମରେ ଆଜି ନେପାଳ ଦେଶର କାଠମାଣ୍ଡୁର ପଶୁପତିନାଥ ଓ ଗୁହୈଶ୍ୱରୀ ଶକ୍ତି ପୀଠ ର ପ୍ରମୁଖ ଙ୍କୁ ନିମନ୍ତ୍ରଣ ପତ୍ର ଦିଆଯାଇଛି।ପୁରୀ ରୁ ଯାଇଥିବା ସେବାୟତ ଓ ବରିଷ୍ଠ ଅଧିକାରୀ ମାନେ ଏହି ଦୁଇ ମନ୍ଦିର ରେ ପହଞ୍ଚିବା ପରେ ସେମାନ ଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।ପରେ ସେବାୟତ ଓ ଅଧିକାରୀ ମାନେ ସେମାନ ଙ୍କୁ ନିମନ୍ତ୍ରଣ ପତ୍ର ପ୍ରଦାନ କରି ଲୋକାର୍ପଣ ରେ ସାମିଲ ହେବାକୁ ଅନୁରୋଧ କରିଥିଲେ।ସେହିପରି ଆଜି ପୁରୀ ଜିଲ୍ଲାର ଅଲାରନାଥ ଓ ବାଲି ହରଚଣ୍ଡୀ ମନ୍ଦିରର ମୁଖ୍ୟ ମାନଙ୍କୁ ସେବାୟତ ଓ ଅଧିକାରୀ ମାନଙ୍କ ଦ୍ୱାରା ନିମନ୍ତ୍ରଣ ପତ୍ର ପ୍ରଦାନ କରାଯାଇଛି।
