ବ୍ଲକ, ତହସିଲ ଓ ବିଇଓ କାର୍ଯ୍ୟାଳୟରେ କର୍ମଚାରୀ ମରୁଡି।

ରଘୁନାଥପୁର:-)ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ,ତହସିଲ ଓ ବିଇଓ ଅଫିସରେ (ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟ)କର୍ମଚାରୀ ଅଭାବରୁ ବିଭିନ୍ନ ପ୍ରକାର ଜନକଲ୍ୟାଣ ମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ଲୋକେ ଯେକୌଣସି କାର୍ଯ୍ୟରେ ଉକ୍ତ କାର୍ଯ୍ୟାଳୟକୁ ଆସି ଉପଜୁକ୍ତ ସେବା ପାଇବାରୁ ବଞ୍ଚିତ ହେଉଥିବାର ଦେଖାଯାଇଛି।ବ୍ଲକରେ ଏବିଡିଓ, କନିଷ୍ଠ ଯନ୍ତ୍ରୀ ୫ ଜଣ, ଜିପିଟିଏ ୧, ପ୍ରୋଗ୍ରେସ ଆସିଷ୍ଟାନ୍ସ ୧, ଡବ୍ଲୁଇଓ ୧, ବିଏସଏସଓ ୧, ସିନିଅର ଆସିଷ୍ଟାଂସ ୨, ଜୁନିଅର ଆସିଷ୍ଟାନସ ୧, ପିଇଓ ୫, ଏଡିଇଓ ୮ ଓ ୪ ପିଅନ ପଦବୀ ଖାଲି ପଡିଛି।ସେହିପରି ତହସିଲ ଓ ବିଭିନ୍ନ ଆରଆଇ ସର୍କଲରେ ସିନିଅର ଆସିଷ୍ଟାଂଶ ୧, ଏଆରଆଇ ୫, ଅମିନ ୩, ପିଅନ ୧୧, ୱାଚମ୍ୟାନ ୧, ଚେନମ୍ୟାନ ୧ ଓ ୨ ପ୍ରୋସେଶର ପଦବୀ ଖାଲି ପଡିଛି।ଅତିରିକ୍ତ ତହସିଲଦାରଙ୍କୁ ସବରେଜିଷ୍ଟ୍ରାର ଦାଇତ୍ୱ ଦିଆଯାଇଛି।ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ବିଇଓ ଦାଇତ୍ୱରେ ବିରିଡି ବ୍ଲକ ଶିକ୍ଷାଧିକାରୀ ଥିବାବେଳେ,୧ ଏବିଇଓ ଓ ମୁଖ୍ୟ କିରାଣୀ ପଦବୀ ଖାଲି ପଡିଛି। ଆସନ୍ତା ଜୁନ ୩୦ ରେ ଜଣେ ଏବିଇଓ ଅବସର ନେବା ପରେ ଏକମାତ୍ର ଏବିଇଓଙ୍କ ଦ୍ବାରା କାମକାର୍ଯ୍ୟ ହେବା ଅସମ୍ଭବ ହୋଇପଡିବ।ଅନ୍ୟ ବ୍ଲକର ଡବ୍ଲୁଇଓ ଓ ବିଏସଏସଓ ଙ୍କୁ ଏହି ବ୍ଲକରେ ଅତିରିକ୍ତ ଦାଇତ୍ୱ ଦିଆଯାଇଥିବାବେଳେ ଦୁଇଟି ସ୍ଥାନରେ ଉପଯୁକ୍ତ ସେବା ଯୋଗାଇବା ସେମାନଙ୍କ ପାଇଁ ସମ୍ବଭ ହେଉନାହିଁ। ରାଜ୍ୟ ସରକାରଙ୍କ ପକ୍ଷରୁ ସାଧାରଣଜନତାଙ୍କୁ ତୁରନ୍ତ ସେବା ଉପଲବ୍ଧ କରାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।ଅନ୍ୟପକ୍ଷେ ବିଭିନ୍ନ କାର୍ଯ୍ୟାଳୟରେ କର୍ମଚାରୀ ଅଭାବ ଏଥିରେ ପ୍ରତିବନ୍ଧକ ସାଜିଛି ବୋଲି ଅଞ୍ଚଳବାସୀଙ୍କ ପକ୍ଷରୁ ଉଦବେଗ ପ୍ରକାଶ ପାଇଛି।ଏଣୁ ତୁରନ୍ତ ବ୍ଲକ,ତହସିଲ ଓ ବିଇଓ ଅଫିସରେ କର୍ମଚାରୀ ନିଯୁକ୍ତି ପାଇଁ ସାଧାରଣଜନତାଙ୍କ ପକ୍ଷରୁ ଜିଲ୍ଲାପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି।

Leave a Reply

Your email address will not be published. Required fields are marked *