ଆଥିଆଙ୍କୁ ବାହା ହେଲେ ଷ୍ଟାର କ୍ରିକେଟର କେ.ଏଲ୍ ରାହୁଲ, ଧୁମ୍ ଧାମ୍ରେ ହେଲା ସେଲିବ୍ରେସନ୍

ବିବାହ ବନ୍ଧନରେ ବାନ୍ଧି ହୋଇ ସାତ ଜନମର ସାଥୀ ହେଲେ ବଲିଉଡ ଅଭିନେତ୍ରୀ ଆଥିୟା ସେଟ୍ଟୀ ଏବଂ ଭାରତୀୟ କ୍ରିକେଟର କେ ଏଲ ରାହୁଲ। ବରିଷ୍ଠ ଅଭିନେତା ସୁନିଲ ସେଟ୍ଟୀଙ୍କ ଖଣ୍ଡାଲା ସ୍ଥିତ ବଙ୍ଗଳାରେ ସୋମବାର ଦିନ ବିବାହ ଅନୁଷ୍ଠିତ ହୋଇଛି। କଦଳୀପତ୍ରରେ ପରଷାଯାଇଥିଲା ଖାଦ୍ୟ । ଏହି ରୟାଲ ବିବାହରେ ସ୍ପୋର୍ଷ୍ଟସ ଏବଂ ବଲିଉଡ ଇଣ୍ଡଷ୍ଟ୍ରିଜର ତାରକାମାନେ ଯୋଗ ଦେଇ ନବଦମ୍ପତିଙ୍କୁ ଆଶୀର୍ବାଦ କରିଛନ୍ତି।ବିବାହରେ ଯୋଗ ଦେବାକୁ ଆସିଥିବା ଅତିଥିଙ୍କ ଫୋନରେ ଷ୍ଟିକର ଲଗାଯାଇ ସେମାନଙ୍କୁ ଭିତରକୁ ଛଡ଼ାଯାଉଥିବା ଦେଖିବାକୁ ମିଳିଲା।ତେବେ ବିବାହ ଶେଷ ହେବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସୁନୀଲ ସେଟ୍ଟୀ କହିଛନ୍ତି, ମୁଁ ରାହୁଲଙ୍କ ଶଶୁର ନୁହେଁ ବାପା ହେବାକୁ ଚାହେଁ।