ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଫ୍ରିଜ୍ ପ୍ରଦାନ ରାୟଗଡା

ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଫ୍ରିଜ୍ ପ୍ରଦାନ ରାୟଗଡା ତା ୦୨-୦୧-୨୪ ରାୟଗଡା ସ୍ଥିତ ମାତୃ ଶକ୍ତି ବରିଷ୍ଠ ନାଗରିକ ଗୃହରେ ରହୁଥିବା ଅନ୍ତେବାସୀ ମାନଙ୍କ ବ୍ୟବହାରପାଇଁ ଭାରତୀୟ ଷ୍ଟେଟ ବ୍ୟାଙ୍କ, ରାୟଗଡା ପକ୍ଷରୁ ଏକ ଫ୍ରିଜ ଦାନ କରାଯାଇଛି । ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭାରତୀୟ ଷ୍ଟେଟବ୍ୟାଙ୍କ ଆଞ୍ଚଳିକ ଶାଖା ପରିଚାଳକ ଶ୍ରୀ ଭବାନୀ ଶଙ୍କର ମହାକୁଡ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଷ୍ଟେଟ ବ୍ୟାଙ୍କ ରାୟଗଡା ଶାଖା ମୁଖ୍ୟ ପରିଚାଳକ ଶ୍ରୀ ଦେବ ଦାସ ଲିମା, ଶ୍ରୀ ଦେବେନ୍ଦ୍ର କୁମାର ବାଉରୀ ଯୋଗ ଦେଇଥିଲେ । ବ୍ୟାଙ୍କ କର୍ମଚାରୀ ଶ୍ରୀ ଶୁଭ ପ୍ରସାଦ ମହାନ୍ତି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ ସହଯୋଗ କରିଥିବା ବେଳେ ବରିଷ୍ଠ ନାଗରିକ ଗୃହର ପରିଚାଳକ ଶ୍ରୀ ଏମ କ୍ରିଷ୍ଣା ରାଓ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ନିଳାମ୍ବର ମିଶ୍ରଙ୍କ ରିପୋର୍ଟ ରାୟଗଡା ।