ପାରାଦୀପ ରେ ଆରମ୍ଭ ହେଲା ଉତ୍କଳ ମହିଳା ସମିତି ର ରାଜ୍ଯ ସମ୍ମିଳନୀ

ପାରାଦୀପ ମୁନିସିପାଲିଟି କଲ୍ଯାଣ ମଣ୍ଡପ ଠାରେ ସମିତି ର ୧୫ ତମ ରାଜ୍ଯ ସମ୍ମିଳନୀ ର ଦୁଇଦିନିଆ କାର୍ଯ୍ୟକ୍ରମ ଚାଲୁରହିଛି । ଜାତୀୟ ମହିଳା ଶାଖା ର ଆନ୍ନି ରାଜା ଓ ନିଶା ସିଦ୍ଧୁ ଙ୍କ ସମେତ ବହୁ ନେତୃମଣ୍ଡଳୀ ଆସି ଯୋଗ ଦେଇଛନ୍ତି । ସାରା ରାଜ୍ୟରୁ ମହିଳା ମାନେ ଏଠାରେ ଏକତ୍ରୀତ ହୋଇଥିବା ବେଳେ ନିଶା ନିବାରଣ , ମହିଳା ନିର୍ଯ୍ୟାତନା ଓ ଦୁଷ୍କର୍ମର ଶିକାର ମହିଳା ଙ୍କୁ ନ୍ୟାୟ ଦେବା ଆଭିମୁଖ୍ୟ ନେଇ ବିଶେଷ ଭାବେ ଏହି ସମ୍ମିଳନୀ ରେ ଆଲୋଚନା କରାଯାଇଛି । ଗଣତାନ୍ତ୍ରିକ ବିଧିବ୍ୟବସ୍ଥା ରେ ରାଜ୍ୟର କର୍ମକର୍ତ୍ତା ନିର୍ବାଚନ ସଂଘ କରିବାକୁ ଥିବାବେଳେ ଭାରତ ତଥା ଓଡିଶା ରେ ହେଉଥିବା ମହିଳା ମାନଙ୍କ ଉପରେ ଅତ୍ୟାଚାର ବିରୋଧରେ ଆନ୍ଦୋଳନ କୁ ଜୋରଦାର କରିବା ଲକ୍ଷ୍ୟ ନେଇ ବିଶେଷ ଆଲୋଚନା ହେଉଛି ।

Reporter – Rita sahoo

Leave a Reply

Your email address will not be published. Required fields are marked *