ରାଜ୍ୟ କୃଷି ଓ କୃଷକ ସଶକ୍ତି କରଣ ବିଭାଗ ପକ୍ଷରୁ ଭଦ୍ରକ ଜିଲ୍ଲା ସ୍ତରୀୟ ପବିତ୍ର ଅକ୍ଷୟ ତୃତୀୟା

ରାଜ୍ୟ କୃଷି ଓ କୃଷକ ସଶକ୍ତି କରଣ ବିଭାଗ ପକ୍ଷରୁ ଭଦ୍ରକ ଜିଲ୍ଲା ସ୍ତରୀୟ ପବିତ୍ର ଅକ୍ଷୟ ତୃତୀୟା ଏବଂ କୃଷକ ଦିବସ ରାଣିତାଲ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ପାଳିତ ହୋଇଯାଇଛି।ଏଥିରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୁରଜ, ଭଦ୍ରକ ବିଧାୟକ ସିତାଂଶୁ ଶେଖର ମହାପାତ୍ର, ବାସୁଦେବପୁର ବିଧାୟକ ଅଶୋକ ଦାସ, ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ, ଅତିରିକ୍ତ ଜିଲ୍ଲାପାଳ ସରୋଜ ଦତ୍ତ, ବାସୁଦେବପୁର ବ୍ଲକ ଅଧକ୍ଷ ନଗେନ୍ଦ୍ର ବିଶ୍ବାଳ, ଜିଲ୍ଲା ମୁଖ୍ୟ କୃଷି ଅଧୂକାରୀ ଦିଜବର ସେଠୀ, ରାଣିତାଲ୍ କୃଷି ବିଜ୍ଞାନ କେନ୍ଦ୍ର ର ମୁଖ୍ୟ ବୈଜ୍ଞାନିକ ଡକ୍ଟର ସଞ୍ଜୟ ମହାନ୍ତି, କୃଷି ବୈଜ୍ଞାନିକ ବିଶ୍ବ ରଞ୍ଜନ ନାୟକ, ପ୍ରମୁଖ ଯୋଗ ଦେଇ ଅକ୍ଷୟ ତୃତୀୟା ରେ ପୂଜାର୍ଚ୍ଚନା କରି କ୍ଷେତରେ ଅଖୀ ମୁଠି ଅନୁକୂଳ କରିଥିଲେ।ଖରିଫ ୨୦୨୫ ମୁଖ୍ୟମନ୍ତ୍ରୀ କିଶାନ ସହାୟତା ରାଶି ହସ୍ତାନ୍ତର କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ସୁରଜ, ବିଧାୟକ, ଜିଲ୍ଲାପାଳ,ପ୍ରମୁଖ ଯୋଗ ଦେଇ ଥୂବା ବେଳେ ଭଦ୍ରକ ଜିଲ୍ଲାରେ ୨ ଲକ୍ଷ ୫ ହଜାର ନାମ ମାତ୍ର ଚାଷୀଙ୍କୁ ୨ ହଜାର ଟଙ୍କା ବ୍ୟାଙ୍କ୍ ଜମାଖାତାକୁ ଯିବ ବୋଲି ସୂଚନା ଦେଇଥିଲେ। ମନ୍ତ୍ରୀ କହିଥିଲେ କୃଷକ ଚାଷୀ ଙ୍କ ଆୟ ବୃଦ୍ଧି ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇ ଥୂବାରୁ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣାଇଛନ୍ତି।ଜିଲ୍ଲାର ଆରଡ଼ି ର ପ୍ରସିଦ୍ଧ ବାବା ଆଖଣ୍ଡଳମଣି ଙ୍କ ପୀଠରେ ଆଜି ଠାରୁ ୨୧ ଦିନ ପର୍ଯ୍ୟନ୍ତ ଚନ୍ଦନ ଯାତ୍ରା ଆରମ୍ଭହୋଇଛି। ବାବା ମଣିଙ୍କ ଠାରେ ପହଲୀ ଘର୍ଷଣ ଭୋଗ ନୀତି କାନ୍ତି ସମ୍ପନ୍ନ ହୋଇଛି। ମଣିବାବା ଙ୍କୁ ଯୋଗୀ ଦିଗମ୍ବର ଓ ବଡ଼ ସିଂହାର ବେଶ ଅନୁଷ୍ଠିତ

Leave a Reply

Your email address will not be published. Required fields are marked *