ବଲିଉଡ କଳାକାରଙ୍କୁ ରାଜ୍ୟ ସରକାରଙ୍କ ବଡ଼ ଆହ୍ୱାନ, ଗୁଟଖା ବିଜ୍ଞାପନରୁ ଓହରିବାକୁ ପରାମର୍ଶ

ଭୁବନେଶ୍ବର : ବିଶ୍ୱ ତମାଖୁ ବର୍ଜନ ଦିବସରେ ବଲିଉଡ କଳାକାରମାନଙ୍କୁ ରାଜ୍ୟ ସରକାରଙ୍କ ବଡ଼ ଆହ୍ୱାନ । କାହିଁକି ଅମିତାଭ ବଚ୍ଚନ, ଅଜୟ ଦେବଗନ, ଶାହରୁଖ ଖାନ, ଅକ୍ଷୟ କୁମାର ଗୁଟଖା ବିଜ୍ଞାପନ କରୁଛନ୍ତି? ଆପଣ ନିଜେ ଏହି ଗୁଟଖା ଖାଉଛନ୍ତି କି? କଣ ଆପଣମାନଙ୍କ ପାଖରେ ଟଙ୍କା ନାହିଁ ଯେ ଟଙ୍କା ପାଇଁ ଏପରି ବିଜ୍ଞାପନ କରୁଛନ୍ତି? ଆପଣମାନଙ୍କୁ ନିଜ ଆଦର୍ଶ ମାନି କିଛି ଲୋକ ବି ସେହି ଗୁଟଖା ଖାଉଛନ୍ତି । ତା ଅର୍ଥ ତମାଖୁର ଖରାପ ପ୍ରଭାବ ବିଷୟରେ ଆପଣ ଅବଗତ ନୁହନ୍ତି? ନିଜ ଆଡୁ ଏପରି ଵିଜ୍ଞାପନ କରିବାରୁ ଓହରନ୍ତୁ । ଏ ସବୁ ସେବନ କଲେ ପୁରୁଷ ନଫୁସକ ହୋଇଯିବେ ବୋଲି ଜନସ୍ୱାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ସଚିବ ଡାକ୍ତର ଅଜିତ ମହାନ୍ତି କହିଛନ୍ତି।

ସାମ୍ପ୍ରତିକ ଅନୁସନ୍ଧାନରୁ ଜଣାପଡିଛି ଯେ ତମାଖୁ ଗୁଠଖା ଭଳି ନିଶାଦ୍ରବ୍ୟର ସେବନ ଫଳରେ ସେଥିରେ ଥିବା ପଦାର୍ଥ ଦ୍ୱାରା ଶରୀରରେ କର୍କିନୋଜେନରେ ପରିବର୍ତ୍ତନ ହୋଇପାରେ ଏବଂ ଏହା ପାଟି କର୍କଟ ରୋଗର କାରଣ ହୋଇପାରେ।
ଛାତ୍ରମାନେ ବର୍ତ୍ତମାନ ସିଗାରେଟ୍ ଏବଂ ତମାଖୁ କମ୍ପାନୀଗୁଡିକ ବ୍ୟବସାୟ ପାଇଁ ପ୍ରମୁଖ ଦର୍ଶକ ହୋଇପାରିଛନ୍ତି। ବିଜ୍ଞାପନ ଗୁଡିକ ପ୍ରଦର୍ଶନ ମାଧ୍ୟମରେ ନିଶା ସେବନ କରିବାକୁ ଉତ୍ସାହିତ ହେଉଛନ୍ତି। ଶାହରୁଖ ଖାନ, ଅଜୟ ଦେବଗନ, ରଣଭୀର ସିଂ ଏବଂ ହ୍ରିତିକ ରୋଶନଙ୍କ ପରି ବଲିଉଡର ବିଭିନ୍ନ ପ୍ରଭାବଶାଳୀ ତଥା ପ୍ରସିଦ୍ଧ ଅଭିନେତାଙ୍କ ଦ୍ୱାରା କରାଯାଇଥିବା ଏହି ବିଜ୍ଞାପନ ଗୁଡିକ ଦ୍ୱାରା ଜନସମାଜରେ ତମାଖୁ ସେବନ ବୃଦ୍ଧି ପାଉଛି । ଏହାପୂର୍ବରୁ ଜାତୀୟ ତମାଖୁ ବିଲୋପ ସଂଗଠନ ଅନେକ ସେଲିବ୍ରିଟିଙ୍କୁ ସର୍ବସାଧାରଣରେ ଧୂମପାନକୁ ଟାର୍ଗେଟ କରିଥିଲା।

Leave a Reply

Your email address will not be published. Required fields are marked *