ଚଳିତ ମାସ ୧୯ରୁ ରାଜ୍ୟ ସ୍ତରୀୟ ଖୋ ଖୋ କ୍ରୀଡା ପ୍ରତିଯୋଗିତା

ପୁରୀ : ତାଳବଣିଆ ଷ୍ଟାଡିୟମ ଠାରେ ଚଳିତ ମାସ ୧୯ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ରାଜ୍ୟ ସ୍ତରୀୟ ଖୋ ଖୋ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହେବ।ଏଥିରେ ରାଜ୍ୟର ବିଭିନ୍ନ ଜିଲ୍ଲାର ୧୨୫୦ ଖେଳାଳି ଓ ସହାୟକ କର୍ମଚାରୀ ଅଂଶଗ୍ରହଣ କରିବେ ବୋଲି ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ସୂଚନା ଦେଇଛନ୍ତି।ଆଜି ଅପରାହ୍ନ ରେ ସର୍କିଟ ହାଉସ ସମ୍ମିଳନୀ ଗୃହରେ ରାଜ୍ୟ କ୍ରୀଡା ବିଭାଗ, ଜିଲ୍ଲା ପ୍ରଶାସନ କ୍ରୀଡା କାର୍ଯ୍ୟାଳୟ ଓ ରାଜ୍ୟ ଖୋ ଖୋ ସଂଘ ପକ୍ଷରୁ ଆୟୋଜିତ ହେବାକୁ ଥିବା ଖୋ ଖୋ କ୍ରୀଡା ପ୍ରତିଯୋଗିତା ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧିମାନ ଙ୍କୁ ସୂଚନା ଦେଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାହୁ କହିଲେ ଯେ ରାଜ୍ୟ ସ୍ତରର ୧୬ ତମ ସବ ଜୁନିୟର ଓ ୧୨ ତମ ଜୁନିୟର ଖୋ ଖୋ କ୍ରୀଡା ପ୍ରତିଯୋଗିତା ଦୁଇଟି ବର୍ଗରେ ଅନୁଷ୍ଠିତ ହେବ।୧୪ ବର୍ଷ ରୁ କମ ସବ ଜୁନିୟର ଓ ୧୮ ବର୍ଷ ରୁ କମ ଜୁନିୟର ଵର୍ଗ।ଜୁନିୟର ବର୍ଗରେ ୨୨ ଓ ସବ ଜୁନିୟର ବର୍ଗରେ ୧୮ଟି ଦଳ ଏଥିରେ ଅଂଶଗ୍ରହଣ କରିବେ। ସେମାନଙ୍କ ସୁସ୍ଥ ରହଣୀ, ଖାଦ୍ୟ ଓ ପାନୀୟ ଜଳ ବ୍ୟବସ୍ଥା, ଖେଳାଳୀ ପରିବହନ,ସ୍ୱାସ୍ଥ୍ୟ ବ୍ୟବସ୍ଥା , ପରିସ୍କାର ପରିଛ୍ନନ୍ନତା ବ୍ୟବସ୍ଥା ପାଇଁ ପଦକ୍ଷେପ ନିଆଯାଇଛି। ସେହିପରି କାର୍ଯ୍ୟ ସୂଚୀ ଅନୁସାରେ ମ୍ୟାଚ ବ୍ୟବସ୍ଥା କରାଯାଇଛି ବୋଲି ସେ କହିଥିଲେ।ଖୋ ଖୋ ସଂଘର ରାଜ୍ୟ ସମ୍ପାଦକ ପ୍ରଦ୍ୟୁମ୍ନ ମିଶ୍ର ବିସ୍ତୃତ ସୂଚନା ଦେଇ ଉଭୟ ସବ ଜୁନିୟର ଓ ଜୁନିୟର ଦଳ ମୋଟ ୯୦ ଟି ମ୍ୟାଚ ଖେଳିବେ।୨୨ତାରିଖରେ ଫାଇନାଲ ମ୍ୟାଚ ହୋଇ ଶ୍ରେଷ୍ଠ ଦଳକୁ ପୁରସ୍କୃତ କରାଯିବ।ଶ୍ରେଷ୍ଠ ଖେଳାଳୀ ଙ୍କ ପ୍ରଦର୍ଶନ ଆଧାରରେ ରାଜ୍ୟ ସ୍ତରର ଶ୍ରେଷ୍ଠ ଦଳକୁ କର୍ଣ୍ଣାଟକ ର ତିତପୁର ଠାରେ ଡିସେମ୍ବର ରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ସ୍ତର ପାଇଁ ପ୍ରେରଣ କରାଯିବ ବୋଲି ସେ କହିଥିଲେ।ପ୍ରାରମ୍ଭରେ ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ ସାହୁ ସମସ୍ତଙ୍କୁ ସ୍ୱାଗତ କରିବା ସହ ଖୋ ଖୋ ପ୍ରତିଯୋଗିତା ସମ୍ପର୍କରେ ସୂଚନା ଦେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ,ଆରଟିଓ ରବିନ ପଟ୍ଟନାୟକ,ଜିଲ୍ଲା କ୍ରୀଡା ସଂଘର ପୂର୍ବତନ ଉପସଭାପତି ରାମଚନ୍ଦ୍ର ଦାସ ମହାପାତ୍ର, ପୂର୍ବତନ ସମ୍ପାଦକ ରବି ଶଙ୍କର ପ୍ରତିହାରୀ, ୱ।ଟକୋ ସହକାରୀ ଯନ୍ତ୍ରୀ ସୁଧାକର ନାୟକ,ପୁରୀ ପୌରପାଳିକାର ସାନିଟାରୀ ଏକ୍ସପର୍ଟ ବିଷ୍ଣୁ ପ୍ରସାଦ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *