ଅଲ ଓଡିଶା ବେସରକାରି କଲେଜ ଡେମନଷ୍ଟ୍ରେଟର ଫୋରମର ରାଜ୍ୟ ସ୍ତରୀୟ ବୈଠକ

ଭୁବନେଶ୍ୱର, ଆଜି ଓଡିଶା ବେସରକାରୀ ଉଭୟ 662ଓ 488ବର୍ଗ କଲେଜ ମାନଙ୍କରେ କାର୍ଯ୍ୟରତ ଡେମନଷ୍ଟ୍ରେଟର ମାନଙ୍କର ରାଜ୍ୟ ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଦେବରାୟ କଲେଜ ନୟାପଲ୍ଲୀ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ସାରା ରାଜ୍ୟରୁ ବିଭିନ୍ନ ଜିଲ୍ଲାର କଲେଜ ମାନଙ୍କରୁ ଡେମନଷ୍ଟ୍ରେଟରମାନେ ଏକାଠି ହୋଇ ସେମାନଙ୍କ ସମସ୍ୟା ଓ ଦାବି ଗୁଡିକ ସମ୍ପର୍କରେ ଆଲୋଚନା କରିଥିଲେ । ଆମର ବହୁ ସମସ୍ୟା ଅଛି ଆଜି ସବୁ ଆଲୋଚନା କରିବୁ ଓ ମୁଖ୍ୟତଃ ତିନୋଟି ଦାବି ସରକାର ପୁରା ଅଣଦେଖା କରି ଚାଲିଛନ୍ତି ବୋଲି କ୍ଷୋଭ ପ୍ରକାଶ କରିଛନ୍ତି ଇଉନାଇଟେଡ଼ ଡେମନଷ୍ଟ୍ରେଟର ଫୋରମର ରାଜ୍ୟ ଆବାହକ ପୂର୍ଣ୍ଣ ଚନ୍ଦ୍ର ପତି.ଆମର କ୍ୟାଡର ହୋଇନାହିଁ, ଗ୍ରେଡେସନ ବନ୍ଦ ରହିଛି, ପିଜି କ୍ୱାଲିଫାଇଡ ଡେମନଷ୍ଟ୍ରେଟର ମାନଙ୍କୁ ପ୍ରାକ୍ଟିକାଲ ଲେକଚର ପଦ ସହ ସମାନ କରି ରେଗୁଲାର କରିବା ଭଳି ବହୁ ପ୍ରସଙ୍ଗ ଅଛି । 2017ରୁ ଗ୍ରାଣ୍ଟ ଇନ ଏଡ଼ରେ ଥିବା ଡେମନଷ୍ଟ୍ରେଟର ମାନଙ୍କୁ ସରକାର ସର୍ଭିସ କଣ୍ଡିସନ ଦେବା ପାଇଁ ଦାବି କରିବା ସହ ଆମେ ଏ ବିଷୟରେ ବହୁ ଥର ସରକାରଙ୍କୁ ଜଣାଇଥିଲେ ମଧ୍ୟ କୌଣସି ଉତ୍ତର ମିଳି ନାହିଁ ବୋଲି କହିଛନ୍ତି ଆବାହକ ଶ୍ରୀ ପତି । ସେହିପରି 1990ମସିହାରୁ ସରକାର ଡେମନଷ୍ଟ୍ରେଟର ମାନଙ୍କୁ ଶିକ୍ଷକ ମାନ୍ୟତା ଦେଇଥିଲେ ମଧ୍ୟ ବିଭିନ୍ନ ସରକାରୀ ଚିଠିରେ ନନ ଟିଚିଂ ଭାବେ ଦର୍ଶା ଯାଉଥିବାରୁ ଆମକୁ ବହୁତ ବାଧିଛି,2017ରୁ ଗ୍ରାଣ୍ଟ ଇନ ଏଡ଼ ଘୋଷଣା କରି ଓ ଏବେ 1.1.2022ରୁ କାର୍ଯ୍ୟକାରୀ କରିଥିଲେ ବି ଲେକଚର ଓ ଡେମନ ଷ୍ଟ୍ରେଟର ମାନଙ୍କୁ ରେଗୁଲାର କରିବା, ଯେଉଁ ମାନେ ଡାଇରେକ୍ଟ ପେମେଣ୍ଟ ପୋଷ୍ଟରେ ଅଛନ୍ତି ସେମାନଙ୍କୁ 1.1.2016ରୁ ଏମଏସପି ନ ଦେଇ ବୈଧ ତାରିଖରୁ ଅର୍ଥାତ ଚାକିରୀ ଆରମ୍ଭରୁ 9ବର୍ଷ ନକାଟି ଏମ ଏସ ପି ପ୍ରଦାନ କରିବା ପାଇଁ ଆମେ ସରକାରଙ୍କୁ, ଉଚ୍ଚ ଶିକ୍ଷା ସଚିବ, ମୁଖ୍ୟ ସଚିବଙ୍କ ସହ ଆଲୋଚନା କରିଥିଲେ ମଧ୍ୟ ସୁଫଳ ମିଳୁନ ଥିବାରୁ ଆଗାମୀ ଦିନରେ ଦାବି ପୂରଣ ପାଇଁ ରାଜରାସ୍ତାକୁ ଓହ୍ଲାଇବୁ ବୋଲି ଚେତାବନୀ ଦେଇଛନ୍ତି ରାଜ୍ୟ ଡେମନ ଷ୍ଟ୍ରେଟର ଫୋରମର ସଭାପତି ସୂଚିତ୍ର କୁମାର ପାତ୍ର ।