ରାଜ୍ୟସ୍ତରୀୟ କବିତା ସଂକଳନ ଶୁଭ୍ରା ଉନ୍ମୋଚନ ଓ ସାହିତ୍ଯ ଆସର

ଡେଲାଙ୍ଗ, ୨୫/୧ -ସାଧାରଣତନ୍ତ୍ର ଦିବସ ମହୋତ୍ସବ ଅବସରରେ ଆନଦ ସେବା ସଦନ ,କୁଞ୍ଜର ପକ୍ଷରୁ ଏକ କବିତା ପାଠୋତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ସରପଞ୍ଚ ହିରଣ୍ମୟୀ ମହାପାତ୍ର ସଭାପତିତ୍ବରେ ଏକ କବିତା ପାଠ ଉତ୍ସବ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାହିତ୍ୟିକା ତଥା ଅଧ୍ଯାପିକା ଡକ୍ଟର ପ୍ରତିଭା ମହାରଥୀ ,ମୁଖ୍ୟ ବକ୍ତାରୂପେ ମହାନଦୀ ମହିଳା କଲେଜ କଟକ ର ଅଧକ୍ଷ ଡ. ଲକ୍ଷ୍ମଣ ସାହୁ ସମ୍ମାନିତ ଅତିଥି ଭାବେ ବାଲୁକେଁଶ୍ଵର ମହାପାତ୍ର , ବରିଷ୍ଠ କବି ପ୍ରଶାନ୍ତ ବାହିନୀପତି ,ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ କୁମାର ଧାଉଡିଆ , ସମୀର ରଞ୍ଜନ ବଳିୟାରସିଂହ ପ୍ରମୁଖ ଯୋଗଦେଇ କବି କବଯତ୍ରି ,ସାହିତ୍ୟକ ମାନଙ୍କୁ ଉତ୍ସାହିତ କରିବା ସାହିତ୍ୟ ର ବିଭିନ୍ନ ଦିଗ ପ୍ରତି ଆଲୋକପାତ କରିଥିଲେ। ଅତିଥିମାନଙ୍କ ଦ୍ଵାରା ରାଜ୍ଯ ସ୍ତରୀଯ଼ କବିତା ସଂକଳନ ଶୁଭ୍ରା ଉନ୍ମୋଚନ ହୋଇଥିଲା। ଆନନ୍ଦ ସେବା ସଦନ ର ସମ୍ପାଦକ ମହେଶ୍ଵର ବେହେରା ବାର୍ଷିକ ବିବରଣୀ ପାଠ ଓ ଅତିଥି ଆମନ୍ତ୍ରଣ, ପରିଚୟ ପ୍ରଦାନ ଓ ସ୍ବାଗତ ସମ୍ବର୍ଦ୍ଧନା କରିଥିଲେ। ଗାୟକ ତଥା ସାରସ୍ବତ ସାଧକ ବିଜଯ କୁମାର ପଟ୍ଟନାୟକ ସଂଯୋଜନା ସହ ମଞ୍ଚ ପରିଚାଳନା କରିଥିଲେ । ବିଶ୍ୱ ରଞ୍ଜନ ମହାନ୍ତି ରୋହିତ ଚମ୍ପତି,ଶରତ ମହାପାତ୍ର ,ଅଧିକାରୀ ସାହୁ ,ହିମାଂଶୁ ମହାପାତ୍ର ସମେତ ସତୁରୀ ରୁ ଉର୍ଦ୍ଧ୍ୱ କବି/ କବୟିତ୍ରୀମାନେ ଅଂଶଗ୍ରହଣ କରି ସ୍ଵରଚୀତ କବିତା ଆବ୍ରୁତୀ କରିଥିଲେ। ଅନୁଷ୍ଠାନ ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ପ୍ରତିଭାଧାରୀ ମାନଙ୍କୁ ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ବଦ୍ଧିତ କରାଯାଇଥିଲା। ଶେଷରେ ଅନୁଷ୍ଠାନ ର ସଭାପତି ଲିଂଗରାଜ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

ରିପୋର୍ଟ – ଗୀତାରାଣୀ ରଣଜିତ, ଡେଲାଙ୍ଗ।

Leave a Reply

Your email address will not be published. Required fields are marked *