ରାଜ୍ୟସ୍ତରୀୟ ସବ୍ୟସାଚ୍ଚୀ-ଦିନେଶ ମେମୋରିଆଲ ଗିନି କପ୍ କ୍ରିକେଟ୍‌

ରାଜ୍ୟସ୍ତରୀୟ ସବ୍ୟସାଚ୍ଚୀ-ଦିନେଶ ମେମୋରିଆଲ ଗିନି କପ୍ କ୍ରିକେଟ୍‌ରାମେଶ୍ୱର କ୍ଲବ ଭୁବନେଶ୍ୱରକୁ ହରାଇ ଫାଇନାଲରେ ରାଇଜିଂ ଷ୍ଟୁଡ଼େଂଟ୍ କଟକଖୋର୍ଦ୍ଧା :- ଦୀର୍ଘ ବର୍ଷର ବିରତି ପରେ ଖୋର୍ଦ୍ଧା ଷ୍ଟାଡ଼ିୟମରେ ପୁର୍ନବାର ଆଜି ଠାରୁ ଆରମ୍ଭ ହୋଇଛି ରାଜ୍ୟସ୍ତରୀୟ ସବ୍ୟସାଚ୍ଚୀ-ଦିନେଶ ମେମୋରିଆଲ ଗିନି କପ୍ କ୍ରିକେଟ୍ ଟୁର୍ନାମେଂଟ୍ । ରାଜ୍ୟର ୪ଟି ଦଳକୁ ଅଗ୍ରଣୀ ଦଳକୁ ଅନୁଷ୍ଠିତ ଏହି ଟୁର୍ନାମେଂଟର ଫାଇନାଲ ମ୍ୟାଚ ୨୫ ତାରିଖରେ ଅନୁଷ୍ଠିତ ହେବ । ଟୁର୍ନାମେଂଟର ଚମ୍ପିୟାନ ଦଳକୁ ୫୦ହଜାର ଟଙ୍କା ସହ ଟ୍ରଫି ଓ ରନର୍ସ ଅପ୍ ଦଳକୁ ୩୦ହଜାର ଟଙ୍କା ସହ ଟ୍ରଫି ଦିଆଯିବ ଏବଂ ପ୍ରତ୍ୟେକ ମ୍ୟାଚରେ ବହୁ ଆକର୍ଷଣୀୟ ପୁରସ୍କାର ରହିଥିବା ଖୋର୍ଦ୍ଧା ଜିଲ୍ଳା କ୍ରିକେଟ୍ ଆସୋସିଏସନର ସଂପାଦକ ଭବାନୀଶଙ୍କର ପଣ୍ଡା କହିଛନ୍ତି । ତେବେ ଆଜିର ଉଦଘାଟନୀ ଉତ୍ସବ ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ରନାଥ ମିତ୍ର ଓ ଶିକ୍ଷାବିତ୍ ମେଜର କ୍ଷୀରୋଦ ପ୍ରସାଦ ମହାନ୍ତି ଯୋଗଦେଇ ଟୁର୍ନାମେଂଟକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ନୂଆ ଫର୍ମାଟରେ ଅନୁଷ୍ଠିତ ଏହି ଖେଳର ପ୍ରଥମ ଦିବସରେ କଟକର ରାଇଜିଂ ଷ୍ଟୁଡ଼େଂଟ୍ ଓ ଭୁବନେଶ୍ୱର ରାମେଶ୍ୱର କ୍ଲବ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏଥିରେ ରାଇଜିଂ ଷ୍ଟୁଡ଼େଂଟ୍ ଦଳ ୧୨ରନରେ ଜିତି ଫାଇନାଲ ମ୍ୟାଚ ପାଇଁ ଯୋଗ୍ୟତା ଅର୍ଜନ କରିଛି । ୩୦ଓଭର ଏବଂ ଦୁଇଟି ଇନିସ୍ ବିଶିଷ୍ଟ ମ୍ୟାଚରେ ପ୍ରଥମେ ରାଇଜିଂ ଷ୍ଟୁଡ଼େଂଟ୍ ଦଳ ଟସରେ ଜିତି ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲେ । ଦଳ ପ୍ରଥମ ଇନିସର ୧୫ ଓଭରରେ ୬ ୱିକେଟ୍ ହରାଇ ୧୨୦ରନ୍ କରିଥିଲେ । ଦଳ ପକ୍ଷରୁ ବିକ୍ରମ ସାମଲ ସର୍ବାଧିକ ୨୮ରନ(୧୪ବଲ) କରିଥିଲେ । ରାମେଶ୍ୱର ଦଳ ପକ୍ଷରୁ ଲାଲୁ ମହାନ୍ତି ୩ ଓଭରରେ ୧୦ରନ ଦେଇ ୨ଟି ୱିକେଟ୍ ନେଇଥିଲେ । ସେହିପରି ରାମେଶ୍ୱର ଦଳ ପ୍ରଥମ ଇନିସ ବ୍ୟାଟିଂ କରି ୧୫ ଓଭରରେ ୯ଟି ୱିକେଟ୍ ହରାଇ ୮୭ରନ କରିଥିଲେ । ରାମେଶ୍ୱର ଦଳ ପକ୍ଷରୁ ସୂର୍ଯ୍ୟ ମହାପାତ୍ର ୧୯ରନ(୨୦ବଲ) କରିଥିଲେ । କଟକ ଦଳର ରମେଶ ବେହେରା ୩ଓଭରରେ ୧୬ ରନ ଦେଇ ୩ଟି ୱିକେଟ୍ ନେଇଥିଲେ । ସେହିପରି ୨ୟ ଇନିସରେ ରାଇଜିଂ ଷ୍ଟୁଡ଼େଂଟ୍ ଦଳ ୩୩ରନ ଆଗୁଆ ଥାଇ ବ୍ୟାଟିଂ ଆରମ୍ଭ କରିଥିଲେ । ୧୫ ଓଭରରେ ୭ୱିକେଟ୍ ହରାଇ ୧୧୩ରନ କରିଥିଲେ । ଦଳ ପକ୍ଷରୁ ମହମ୍ମଦ ଦାନିସ୍ ୩୪ରନ(୧୩ବଲ) କରିଥିଲେ । ରାମେଶ୍ୱର ଦଳ ପକ୍ଷରୁ ନିହାର ଭୁଁୟା ୩ଟି ୱିକେଟ୍ ନେଇଥିଲେ । ରାମେଶ୍ୱର ଦଳ ଶେଷ ୧୫ଓଭରରେ ବିଜୟ ଲକ୍ଷ୍ୟ ୧୪୭ରନର ପିଛା କରି ୧୫ ଓଭରରେ ୭ଟି ୱିକେଟ୍ ହରାଇ ୧୩୪ରନ୍ କରିବାକୁ ସକ୍ଷମ ହୋଇଥିଲେ । ଫଳରେ ରାଇଜିଂ ଷ୍ଟୁଡ଼େଂଟ୍ ଦଳ ମ୍ୟାଚଟିକୁ ୧୨ରନ୍‌ରେ ଜିତି ନେଇଥିଲେ । ରାଇଜିଂ ଷ୍ଟୁଡ଼େଂଟ୍ ଦଳର ରମେଶ ବେହେରା ପ୍ରଥମ ଇଂନିସରେ ୩ଟି ଓ ଦ୍ୱିତୀୟ ଇନିସରେ ୨ଟି ୱିକେଟ୍ ନେଇ ଆଜି ଖେଳର ଶ୍ରେଷ୍ଠ ଖେଳାଳୀ ଭାବେ ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ଅଭିଶେକ ସିଂସାମନ୍ତଙ୍କ ଠାରୁ ପୁରସ୍କୃତ ହୋଇଥିଲେ । ଖେଳକୁ ଓସିଏ ପ୍ୟାନେଲ ଅମ୍ପାୟାର ଚନ୍ଦ୍ରମୋହନ ବରାଳ ଓ ଅଭିନନ୍ଦନ ପାତ୍ର ପରିଚାଳନା କରିଥିବା ବେଳେ, ଆସନ୍ତାକାଲି ମୁକ୍ତେଶ୍ୱର କ୍ଲବ ଓ ସୋଲର ସ୍ପୋଟିଂ ମଧ୍ୟରେ ମ୍ୟାଚ କରାଯିବ ।

Leave a Reply

Your email address will not be published. Required fields are marked *