୨୩ ଦଫା ଦାବି ନେଇ ମିଳିତ ଆଦିବାସୀ ସଂଘର୍ଷ ମଞ୍ଚ ପକ୍ଷରୁ ଗଣଧାରଣା ଓ ବିକ୍ଷୋଭ।

କାମାକ୍ଷାନଗର Date -3/6/2025 -ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମିଳିତ ଆଦିବାସୀ ସଂଘର୍ଷ ମଞ୍ଚ ପକ୍ଷରୁ ୨୩ ଦଫା ଦାବି ନେଇ ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଦୀର୍ଘ ଦିନ ହେବ ଆଦିବାସୀ ଲୋକଙ୍କୁ ସେମାନଙ୍କ ହକ୍ ଓ ବିଭିନ୍ନ ଦାବିକୁ ନେଇ ବାରମ୍ବାର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ସୁଦ୍ଧା ସେମାନେ କୌଣସି ସୁଫଳ ପାଇ ପାରିନଥିଲେ। ଯାହାକୁ ନେଇ ମିଳିତ ଆଦିବାସୀ ସଂଘର୍ଷ ମଞ୍ଚ ପକ୍ଷରୁ ଜଙ୍ଗଲ ଜମି, ପଟ୍ଟା, ଭତ୍ତା, ପାନୀୟ ଜଳ, ରାସ୍ତା, ସ୍ୱାସ୍ଥ୍ୟ ସେବା ଭଳି ୨୩ ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀ ଏବଂ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରାଯାଇଛି। ମାଝୀ ପାର୍ଗାନା ମହଲର ସଭାପତି ମାଧବାନନ୍ଦ ମାରାଣ୍ଡି, ମୁକ୍ତି ସଂଗଠନର ସଭାପତି ପ୍ରତାପ ଚନ୍ଦ୍ର ମାରାଣ୍ଡି, ଚେତନା ସଂଗଠନର ସଭାପତି ଲାଲମୋହନ ମୁର୍ମୁ ଙ୍କ ନେତୃତ୍ୱରେ କାମାକ୍ଷାନଗର ଜିରିଡାମାଳି ଠାରୁ ପାରମ୍ପରିକ ଧନୁ, ତୀର, ବର୍ଚ୍ଛା ଧରି ଆଦିବାସୀ ମାନେ ଶୋଭାଯାତ୍ରା ସହ ହରତାଳ କରିଥିଲେ। ଏଥିରେ ପରଜଙ୍ଗ ଓ କଙ୍କଡ଼ାହାଡ଼ ଅଂଚଳର ହଜାର ହଜାର ସଂଖ୍ୟକ ଆଦିବାସୀ ମହିଳା ଓ ପୁରୁଷ ଯୋଗଦାନ କରିଥିଲେ।

Leave a Reply

Your email address will not be published. Required fields are marked *