ଯାଜପୁର ବ୍ୟାସନଗର ରେ ରାଜ୍ୟର ପ୍ରସିଦ୍ଧ ୩୪ତମ ବାଣିଜ୍ୟ ମେଳା ଉଦଘାଟିତ

ବ୍ୟାସନଗର ସ୍ଥିତ ଚୂନଭାଟି ପ୍ଲଟ ପଡିଆରେ ରାଜ୍ୟର ପ୍ରସିଦ୍ଧ ୩୪ତମ ବାଣିଜ୍ୟ ମେଳା ଉଦଘାଟିତ ହେଇଯାଇଛି l ଚଳିତ ବର୍ଷ ଏହି ମେଳାରେ ରାଜ୍ୟ ଓ ରାଜ୍ୟ ବାହାରୁ ଅନେକ କଳାକାର ଯୋଗଦେଇ ନିଜର କଳା ପ୍ରଦର୍ଶନ କରିବେ ବୋଲି ସୂଚନା ମିଳିଛି l ଏହି ମେଳାରେ ଚଳିତ ବର୍ଷ ଓଡିଶା, ରାଜସ୍ଥାନ, ଆସାମ ଓ ଦିଲ୍ଲୀ ସମେତ ଅନେକ ରାଜ୍ୟର ବିଭିନ୍ନ କାରୁକାର୍ଯ୍ୟ ଏହି ମେଳାରେ ପ୍ରଦର୍ଶନ କରାଯିବ l ଏହି ମେଳାକୁକୁ ବିଭିନ୍ନ ଧର୍ମର ବରିଷ୍ଠ ନାଗରିକ ମାନେ ଉଦଘାଟନ କରିଛନ୍ତି l ଏହି ମେଳା ୧୫ରୁ ଆରମ୍ଭ ହେଇ ଡିସେମ୍ବର ୨୫ ତାରିଖରେ ଶେଷ ହେବ ବୋଲି ବାଣିଜ୍ୟ ମେଳା କମିଟିର ଅଧକ୍ଷ ଜିତେନ୍ଦ୍ର ପ୍ରତିହାରୀ ସୂଚନା ଦେଇଛନ୍ତି l
ଯାଜପୁର ବ୍ୟାସନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ reporter