ଟାଟା ପାୱାର ର ଅଜବ ନିୟମ

ବ୍ରହ୍ମପୁର – ଆଗରୁ ସାଉଥକୋ ନେଇଥିଲା ଫିକ୍ସ ଡିପୋଜିଟ,ଏବେ ଟାଟା ପାୱାର 4153 ଟଙ୍କା ନେବ ବୋଲି ଛାଡିଛି । ଆଗ ବର୍ଷ ଆସିଥିଲା, ନ ବାନ୍ଧିବାରୁ ଶତକଡା 15 ମିଶାଇ ଏବର ବିଲରେ ଆସିଛି ।Tpsodl ର ମନମାନୀ ଉପଭୋକ୍ତା ଙ୍କ ଉପରେ ପକାଇ ଚାଲିଛି ଆର୍ଥିକ ବୋଝୋ OERC 2019 ନିୟମ ଅନୁସାରେ ନିର୍ଦ୍ଧାରିତ ସମୟ ମଧ୍ୟରେ ଟଙ୍କା ନ ଜମା କଲେ ବିଦ୍ୟୁତ୍ କାଟ କରିବାକୁ ଦେଇଛି ଚରମ ଚେତାବନୀ OERC ନିୟମ ଧାରା ଅନୁସାରେ ୫୩,୫୪,୫୫,୫୬ ଗତ ବାର ମାସ ରେ ଜଣେ ଗ୍ରାହକଙ୍କ ଦେୟ ଯେତିକି ହେଇଥିବ ତାର ୨ ମାସ ର ହାରା ହାରି ବ୍ୟବହାର କରି ଅତିରିକ୍ତ ସୁରକ୍ଷା ଜମାରାଶି ସ୍ତିର କରାଯିବ।ଯଦି ଚିଠି ପାଇବାର ୧ ମାସ ମଧ୍ୟରେ ସେକ୍ୟୁରିଟୀ ଦିପୋଜିଟ୍ ନ ରଖିବେ ଗ୍ରାହକ ତେବେ ତାଙ୍କ ବିଦ୍ୟୁତ୍ କାଟ ହେବ ବୋଲି କହିଛି କମ୍ପାନୀ।ଏବେ ପ୍ରଶ୍ନ ଉଠିଛି ଯେ ଏହି ନିୟମ ୨୦୧୯ ରେ ଲାଗୁ ହେଇ ଥିବା ବେଳେ ୨୦୨୫ ରେ ଆକୁ ଲାଗୁ କରିବା ପାଇଁ କାହିଁକି ତତ୍ପର ହେଇଚି TPSODL.