ଘଟଗାଁ ବ୍ଲକ୍ ସାମ୍ନାରେ କଂଗ୍ରେସର ଧାରଣା ଓ ପ୍ରତିବାଦ

ପ୍ରଥମେ ମା ତାରିଣୀଙ୍କ ଫଟୋରେ ପୁଷ୍ପମାଲ୍ୟ, ଦୀପ ଓ ଧୂପ ପ୍ରଜ୍ଜଳନ କରି ବ୍ଲକ୍ କାଯ୍ୟାଳୟ ସମ୍ମୁଖରେ ଥାଳି, ଖଞ୍ଜଣି ବଜେଇ ପ୍ରତିବାଦ ତଥା ଧାରଣା ଆରମ୍ଭ ହୋଇଥିଲା। ସଂପ୍ରତି ଦେଶ ଓ ରାଜ୍ୟରେ ରାଶନ ଓ ଖାଇବା ତେଲ ଠାରୁ ଆରମ୍ଭ କରି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଆକାଶ ଛୁଆଁ ହୋଇଛି । କେନ୍ଦ୍ର କୋଭିଡ୍ ସମୟରେ କୋଭିଡ୍ ଟିକା ଆଳରେ ପେଟ୍ରୋଲ୍ ଡିଜେଲ୍ ରନ୍ଧନ ଗ୍ୟାସ୍ ଦରକୁ ଅହେତୁକ ଭାବରେ ବଢାଇ ଚାଲିଛି । ରାଜ୍ୟ ଟ୍ୟାକ୍ସ୍ ପାଇବା ଆଷାରେ ନିରବ ଦ୍ରଷ୍ଟା ସାଜି, ସାଧାରଣ ଗରିବ ଓ ମଧ୍ୟବିତ ପରିବାରର ଆର୍ଥିକ ପରିସ୍ଥିତି ଉପରେ ବୋଝ ଉପରେ ନଳିତା ବିଡା ସାଜିଛି । ତେଣୁ ଏହାର ପ୍ରତିବାଦରେ ଘଟଗାଁ ବ୍ଲକ୍ କଂଗ୍ରେସ୍ ସଭାପତି ଶ୍ରୀ ପ୍ରଭାକର ନାୟକଙ୍କ ଅଧକ୍ଷତାରେ ବରିଷ୍ଠ କଂଗ୍ରେସ୍ ନେତା ବିଶ୍ୱନାଥ ବେଜ, ସୁରେନ୍ଦ୍ର ପଟ୍ଟନାୟକ, ରାମ ଚନ୍ଦ୍ର ସାହୁ, ସେକ୍ ହବିବ୍, ପ୍ରବୀଣା ଦଣ୍ଡପାଟ୍, ରୁଦ୍ର ନାରାୟଣ ସିଂ ଉଦବୋଧନ ଦେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ଗରିବ ମାରଣ ନୀତିକୁ ତିବ୍ର ବିରୋଧ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଗୋରେଖ ନାଏକ, ଭଗବାନ ମହାନ୍ତ, ଦୁଷ୍ମନ୍ତ ଗିରି, ସେକ୍ ମୋତିନ୍, ସାମନ୍ତ ନାଏକ, ବସନ୍ତ ପଲେଇ, ସୁଦାମ ବାରିକ୍, ହ୍ରୁଦୟ ରଂଜନ ସିଂ, ବିନୋଦ ବିହାରୀ ବଳ, ଦୁର୍ଗା ପ୍ରସାଦ ବେହେରା, ରାଧାକାନ୍ତ ବେହେରା, ସେକ୍ ହାଇଦର, ଅଭିମନ୍ୟୁ ସେଠି, ବିଚିତ୍ର ନାଏକ, ବିଜୟ ନାୟକ, ନିତ୍ୟାନନ୍ଦ ନାୟକ, ଟେକ ନାରାୟଣ ନାୟକ, ବୈଦନାଥ ମହାନ୍ତ, ଉତ୍ତମ ପଲେଇ, ପ୍ରଦୀପ ବାରିକ୍, ଦଶରଥ ମହାକୁଡ, ପ୍ରଫୁଲ୍ଲ ମାନସିଂ, ଟଙ୍କଧର ମାଝି, ମୁକୁନ୍ଦ ସରାଡିଆ, ବଳଭଦ୍ର ମହାକୁଡ ଓ ଅନ୍ୟାନ୍ୟ କାଯ୍ୟକର୍ତ୍ତା ମାନେ ଧାରଣାରେ ଉପସ୍ଥିତ ଥିଲେ ।