ନ୍ଯାୟ ପାଇବା ପାଂଇ ସ୍ବାମୀ ଙ୍କ ଘର ସମ୍ମୁଖରେ ଧାରଣା

ନ୍ଯାୟ ପାଇବା ପାଂଇ ସ୍ବାମୀ ଙ୍କ ଘର ସମ୍ମୁଖରେ ନଖାଇ ନପିଇ ଧାରଣା ଦେଲେ ସ୍ତ୍ରୀ । ଅନ୍ଯପଟେ ସ୍ତ୍ରୀ ର ଧାରଣା ବସିବା ଦେଖି ଘରେ ତାଲା ପକାଇ ଚମ୍ପଟ ମାରିଲା ସ୍ବାମୀ । ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ମଥାନୀ ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ଯ , ସୂଚନା ଅନୁଯାୟୀ ମଥାନୀ ଗ୍ରାମର ସୂଜିତ ସ୍ବାଇଂ ଙ୍କ ସହ ଦୁବୁଲାଗଡି ଗ୍ରାମର ପାର୍ବତୀ ସ୍ବାଇଂ ଙ୍କ ୨ ବର୍ଷ ପୂର୍ବରୁ ଫେସବୁକ ରେ ବନ୍ଧୁତା ସୃଷ୍ଟି ହେବାପରେ ଉଭୟ ଙ୍କ ମଧ୍ଯ ରେ ପ୍ରେମ ଆରମ୍ଭ ହୋଇ ଥିଲା । ପରେ କୋର୍ଟ ମ୍ଯାରେଜ କରିବା ପରେ ବାହାରେ ଘରଭଡା ନେଇ ରହୁଥିଲେ , ପାର୍ବତୀ ପିଲା ଜନ୍ମ କରିବା ପାଂଇ ଜିଦ୍ କରିବାରୁ ଉଭୟଙ୍କ ମଧ୍ଯ ରେ ପାଟିତୁଣ୍ତ ହେବା ସହ ସୁଜିତ ବାରମ୍ବାର ଗର୍ଭନଷ୍ଟ କରାଇଥିଲେ । ପାର୍ବତୀ ନିଜ ଶ୍ବଶୁର ଘରକୁ ଆସିବାକୁ ଚାଂହୁଥିଲେ ମଧ୍ଯ ସୁଜିତ ତାଙ୍କୁ ଘରକୁ ମଧ୍ଯ ଆଣୁ ନଥିଲେ । ତେବେ ଗତବର୍ଷ ହଠାତ ସୂଜିତ ଭଡାଘରୁ ପାର୍ବତୀ ଙ୍କୁ ଛାଡି କେଉଂ ଆଡେ ଲୁଚି ପଳାଇବା ପରେ ଆଉ ଫେରି ନଥିଲେ , ପାର୍ବତୀ ତାଙ୍କୁ ଚାରିଆଡେ ଖୋଜାଖୋଜି କରି ନପାଇବା ପରେ ବାଧ୍ଯ ହୋଇ ବସ୍ତା ଥାନା ରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଘଟଣା ର ତଦନ୍ତ କରି ସୂଜିତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ପରେ ପାର୍ବତୀ ଙ୍କୁ ଭରଣପୋଷଣ ବାବଦକୁ ଟଙ୍କା ଦେବା ପାଂଇ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ଏ ପର୍ଯ୍ଯନ୍ତ ସୂଜିତ ଟଙ୍କା ଦେବା ତ ଦୂର ର କଥା ପାର୍ବତୀ ଙ୍କୁ ଗାଳିଗୁଲଜ କରୁଥିବା ନେଇ ଅଭିଯୋଗ ହୋଇଛି । ତେଣୁ ପାର୍ବତୀ ନ୍ଯାୟ ପାଂଇ ଗତକାଲି ରାତି ରୁ ସୂଜିତ ଙ୍କ ଘର ଆଗରେ ଧାରଣା ଦେଇଛନ୍ତି । ମାତ୍ର ସୂଜିତ ଘରେ ତାଲା ପକାଇ ଫେରାର ହୋଇଯାଇଛନ୍ତି , ତେବେ ଯଦି ନ୍ଯାୟ ନମିଳେ ତାହାଲେ ତାଙ୍କ ଘର ସମ୍ମୁଖରେ ଆତ୍ମହୁତି ଦେବେ ବୋଲି ଚେତାବନୀ ଦେଇଛନ୍ତି ପାର୍ବତୀ

Leave a Reply

Your email address will not be published. Required fields are marked *