ଛାତ୍ରଛାତ୍ରୀ ମାନଙ୍କ ରାଜ୍ୟ ଗ୍ରନ୍ଥାଗାର ପରିଦର୍ଶନ

ଭୁବନେଶ୍ୱର-ତା.୦୪.୦୧.୨୦୨୪- ଦେବଗଡ଼ ଜିଲ୍ଲାର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର ପରିଦର୍ଶନ କରିଛନ୍ତି । ଏଥିରେ ୪୯ ଜଣ ଛାତ୍ରଛାତ୍ରୀ,୧୦ ଜଣ ଶିକ୍ଷକ ଓ ବ୍ଲକ ଶିକ୍ଷା ଅଧିକାରୀ ପ୍ରମୁଖ ସାମିଲ ଥିଲେ । ଦେବଗଡ଼ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ସେମାନେ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରକୁ ପରିଦର୍ଶନରେ ଆସିଥିଲେ । ସୂଚନାଯୋଗ୍ୟ ଯେ ଯେଉଁ ମାନେ ଶତକଡ଼ା ୯୦ ପ୍ରତିଶତରୁ ଅଧିକ ମାର୍କ ରଖିଛନ୍ତି ସେହି ଛାତ୍ରଛାତ୍ରୀ ମାନେ ହିଁ ଏହି ଅଭିଯାନରେ ସାମିଲ ହୋଇଛନ୍ତି । ଏହି ଅବସରରର ଗ୍ରନ୍ଥାଗାରର ଅଧିକାରୀ ଓ କର୍ମଚାରୀ ମାନେ ଉପଲବ୍ଧ ବିଭିନ୍ନ ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇଥିଲେ । ସେମାନେ ଗ୍ରନ୍ଥାଗାରରେ ଅଧ୍ୟୟନରତ ଅନ୍ୟ ଛାତ୍ରଛାତ୍ରୀ ମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ପଚାରିବୁଝିବା ସହ ଖୁସିବ୍ୟକ୍ତ କରିଥିଲେ l

Leave a Reply

Your email address will not be published. Required fields are marked *