ଉପଜିଲ୍ଲାପାଳଙ୍କ ନେତୃତ୍ୱରେ ହୋଟେଲମାଙ୍କରେ ଚଢ଼ାଉ, ଖାଦ୍ୟର ମାନ ପରୀକ୍ଷା

ରାୟଗଡ-ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟୱାରୀଙ୍କ ନିର୍ଦ୍ଦେଶ କ୍ରମେ ରବିବାର ଦିନ ଉପ ଜିଲ୍ଲାପାଳ ରମେଶ କୁମାର ଜେନାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ରାୟଗଡ ସହରର ବିଭିନ୍ନ ହୋଟେଲ ମାନଙ୍କରେ ଅଚାନକ ଚଢାଉ କରାଯାଇଥିଲା। ହୋଟେଲର ପରିଷ୍କାର ପରିଚ୍ଛନ୍ନତା ,ଖାଦ୍ୟ ପଦାର୍ଥର ମାନ ଇତ୍ୟାଦି ତନଖି କରାଯାଇ ଥିଲା।ଏହି କ୍ରମରେ ରାୟଗଡ଼ ରେଳ ଷ୍ଟେସନ୍ ନିକଟରେ ଥିବା ୨୪ x ୭ ରେଷ୍ଟୁରାଣ୍ଟରେ ଚଢାଉ କରାଯାଇଥିଲା । ଏହି ହୋଟେଲର ଖାଦ୍ୟ ନିମ୍ନ ମାନର ଏବଂ ଅସ୍ଵାସ୍ଥ୍ୟକର ପରିବେଶରେ ପ୍ରସ୍ତୁତ ହେଉଥିବା ଦେଖିବାକୁ ମିଳିଥିଲା। ତଦନ୍ତ ସମୟରେ ୩ ଟି ଘରୋଇ ସିଲିଣ୍ଡର ଜବତ କରାଯାଇଥିଲା। ଜୋରିମାନା ବାବଦରେ ୫୦୦୦୦ ଟଙ୍କା ରୁଜୁ କରାଯାଇଥିଲା । ଏହା ପରେ ହୋଟେଲ କୈଳାସ , ରାୟଗଡରେ ମଧ୍ୟ ଚଢାଉ କରାଯାଇଥିଲା । ସେହି ହୋଟେଲରେ ୫ ଗୋଟି ଘରୋଇ ସିଲିଣ୍ଡର ଜବତ କରାଯାଇଥିଲା ଏବଂ ଅସ୍ଵାସ୍ଥ୍ୟକର ପରିବେଶ,ବହୁ ପରିମାଣର ଖାଦ୍ୟରେ ମିଶାଇବା ରଙ୍ଗ,ଚାଇନା ସଲ୍ଟ ଦେଖିବାକୁ ମିଳିଥିଲା ।

ଜୋରିମାନା ବାବଦରେ ୫୦୦୦୦ ଟଙ୍କା ରୁଜୁ କରାଯାଇଥିଲା । ଏହା ପରେ ହୋଟେଲ ସାଇ ଇନ୍ଟରନ୍ଯାଶନାଲ ଏବଂ ବାର , ରାୟଗଡାରେ ମଧ୍ୟ ଚଢାଉ କରାଯାଇଥିଲା । ବାର ର ଲାଇସେନ୍ସ ଏବଂ ଖାଦ୍ୟ ଲାଇସେନ୍ସ ଉପସ୍ଥାପନ କରି ପାରି ନ ଥିଲେ ହୋଟେଲ କତୃପକ୍ଷ। ଜୋରିମାନା ବାବଦରେ ୫୦୦୦୦ ଟଙ୍କା ରୁଜୁ କରାଯାଇଥିଲା । ଏହି ଚଢାଉ ସମୟରେ ରେ ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ ସୁହାନା ଭୋଇ,ଫୁଡ୍ ଇନ୍ସପେକ୍ଟର ଜ୍ୟୋତି ପ୍ରକାଶ ସୋରେନ, ACSO , ସାନିଟାରୀ ଏକ୍ସପର୍ଟ ବିନୟ ବିକ୍ରମ ପରିଚ୍ଛା,(Suhansa Bhoi), ପୋଲିସ ଏବଂ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ । ହୋଟେଲର ମାଲିକମାନଙ୍କୁ ସ୍ଵାସ୍ଥ୍ୟକର ଏବଂ ଉନ୍ନତ ମାନର ଖାଦ୍ୟ ପରଶିବା ପାଇଁ ଉପ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।
ରାୟଗଡ଼ାରୁ ନୃସିଂହ ଚରଣ ବାରିକଙ୍କ ରିପୋର୍ଟ