ଜେ.ଇ. ଆଡଭାନ୍ସ ପରୀକ୍ଷାରେ ସଫଳତା

ଜେ.ଇ. ଆଡଭାନ୍ସ ପରୀକ୍ଷାରେ ସଫଳତା ହାସଲ କରିଛନ୍ତି “ଦେବ ଇଣ୍ଟର ନ୍ୟାସନାଲ ସ୍କୁଲ” ର ଛାତ୍ରୀ ସ୍ବୟମ ନୀର୍ଲିପ୍ତା ସାହୁ
ବ୍ୟାସନଗର;୦୩/୦୬: ବ୍ୟାସନଗର ପୌରାଞ୍ଚଳ କୁସୁନପୁର ସ୍ଥିତ ଦେବ ଇଣ୍ଟର ନ୍ୟାସନାଲ ସ୍କୁଲ ର ସଫଳତା ଗୋଟିଏ ପରେ ଗୋଟିଏ ସାମ୍ନା କୁ ଆସୁଛି। ପ୍ରକାଶ ପାଇଛି ୨୦୨୫ ଜେ ଇ ଆଡଭାନ୍ସ ପରୀକ୍ଷାଫଳ। ଏହି ପରୀକ୍ଷାରେ ୧୬୫୪ ରେଙ୍କ ପାଇ ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି ଦେବ ଇଣ୍ଟର ନ୍ୟାସନାଲ ସ୍କୁଲ” ର ଛାତ୍ରୀ ସ୍ବୟମ ନୀର୍ଲିପ୍ତା ସାହୁ। ଏଭଳି ଅବିଶ୍ୱସନୀୟ ଫଳାଫଳ ହାସଲ କରିବା (AIR 1654) ତାଙ୍କର କଠିନ ପରିଶ୍ରମ, ନିଷ୍ଠା, ଏବଂ ସ୍ଥିରତା ର ଏକ ଉଦାହରଣ ବୋଲି କୁହାଯାଉଛି। ଯାଜପୁର ଜିଲ୍ଲା ଅଳତି ଗ୍ରାମ ସୁଶାନ୍ତ କୁମାର ସାହୁ ଓ ସ୍ନିଗ୍ଧା ରାଣୀ ସାହୁ ଙ୍କ ପାଇଁ ଖୁସି ସାଉଁଟି ଆଣିଛନ୍ତି ତାଙ୍କର ଅଲିଅଳି ଝିଅ ସ୍ବୟମ ନୀର୍ଲିପ୍ତା ସାହୁ। ଝିଅର ସଫଳତା ପାଇଁ ମା ବାପା ଙ୍କ ମୁହଁରେ ଖୁସିର ଲହରୀ ଦେଖିବାକୁ ମିଳିଛି । ଅଧ୍ୟକ୍ଷ ବୁଦ୍ଧଦେବ ରାଉତ, ମୁଖ୍ୟ ପ୍ରଶାସନିକ ଅଧିକାରୀ ନିର୍ମଳ କୁମାର ରଣା, ଉପ ପ୍ରଧାନାଚାର୍ୟ ଆର ଏନ ରୟତ ସିଂ ଓ ଚକ୍ରଧର ପାଣି, ଏକାଡେମିକ କୋର୍ଡିନେଟର ସୋନିଆ ବେଦୀ ଓ ବଲବୀର ସିଂ କୃତୀ ଛାତ୍ରୀକୁ ପୁଷ୍ପ ଗୁଚ୍ଛ ଓ ମେଡାଲ ସହ ସମ୍ବର୍ଦ୍ଧିତ କରିବା ସହ ଫିଜିକ୍ସ ବିଭାଗରେ ସନି ଶୁକ୍ଳା, କେମେଷ୍ଟ୍ରୀ ବିଭାଗରେ ଉମେଶ ମିଶ୍ର, ଶୁଭମ୍ ଶୁକ୍ଳା ଓ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଅଭିନନ୍ଦନ ଜଣାଇବା ସହ ସ୍ବୟମ ନୀର୍ଲିପ୍ତା ର ଉଜ୍ୱଳ ଭବିଷ୍ୟତ ପାଇଁ ଶୁଭକାମନା କରିଛନ୍ତି।
ଯାଜପୁର ବ୍ୟାସନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର Live