ଅପରେସନ ‘ସିନ୍ଦୂର’ର ସଫଳତାକୁ ନେଇ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା

ଅପରେସନ୍ ‘ସିନ୍ଦୂର’ ସମଗ୍ର ବିଶ୍ୱରେ ଆତଙ୍କବାଦ ବିରୋଧରେ ଲଢ଼େଇକୁ ନୂଆ ଆତ୍ମବିଶ୍ୱାସ ଓ ଉତ୍ସାହ ଦେଇଛି। ଯାହାକୁ ନେଇ ସମଗ୍ର ଦେଶ ପାଳୁଛି ପରାକ୍ରମ ଶୋଭାଯାତ୍ରା। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଓ ପରଜଙ୍ଗ ବିଧାନସଭା ପକ୍ଷରୁ ମିଳିତ ଭାବେ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। କାମାକ୍ଷାନଗର ଆଳତୁମା ଗାଁ ତାରିଣୀ ମନ୍ଦିର ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ହଜାର ହଜାର ବିଜେପି କର୍ମୀ,ଡ୍ରାଇଭର ମହାସଂଘ,ଓକିଲ, ସାମ୍ବାଦିକ,ସମାଜସେବୀ, ବୁଦ୍ଧିଜୀବୀ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। କାମାକ୍ଷାନଗର ସହର ପରିକ୍ରମା ପରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦେଶର ବୀର ଯବାନଙ୍କ ବଳିଦାନ ଏବଂ ଦେଶ ସେବା ପ୍ରତି ସେମାନଙ୍କ ଅବଦାନକୁ ନେଇ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିର ଭାରତର ବୀର ସୈନିକଙ୍କ ସାହସ, ଧୈର୍ଯ୍ୟ, ବୀରତ୍ୱ ଏବଂ ପ୍ରରାକ୍ରମର ବଳିଦାନ ସମ୍ପର୍କରେ ଆଲୋକପାତ କରାଯାଇଥିଲା। ପରଜଙ୍ଗ ବିଧାୟକ ବିଭୂତି ଭୂଷଣ ପ୍ରଧାନ, କାମାକ୍ଷାନଗର ବିଧାୟକ ଶତୃଘନ ଜେନା, ବିଜେପି ଜିଲ୍ଲା ସଭାପତି ରାସବିହାରୀ ବେହେରାଙ୍କ ସମେତ ବହୁ ପଦାଧିକାରୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *