ପ୍ରତିଷ୍ଠା ଦିବସରେ ସମ୍ମାନିତ ହେଲେ ସୁଦିପ୍ତୀ।

ଭଦ୍ରକ, ୨୨/୭ – ନାବାର୍ଡ଼ର ୪୦ତମ ପ୍ରତିଷ୍ଠା ଦିବସ ଅବସରରେ ଜିଲ୍ଲାପାଳ ଜ୍ଞାନ ଦାଶ ବନ୍ତ ବ୍ଲକ ବଡ଼ବର୍ଚ୍ଚିକୟାଁ ପଂଚାୟତ ଅନ୍ତର୍ଗତ ବିସଲକଣା ଆଦିବାସୀ ଉତ୍ପାଦିକା ଗୋଷ୍ଠୀର ମୁଖ୍ୟ ସୁଦିପ୍ତୀ ସିଂହଙ୍କୁ ତାଙ୍କର ଉତ୍କୃଷ୍ଟ ଅବଦାନ ପାଇଁ ମାନପତ୍ର ଦେଇ ସମ୍ମାନିତ କରିଥିଲେ । ସୂଚନା ଅନୁଯାୟୀ;ସୁଦିପ୍ତୀ ମିଶନ ଶକ୍ତି ,ଓଏଲଏମ,ନାବାର୍ଡ଼,କେଭିକେ ଆଦି ସରକାରୀ ସଂସ୍ଥାର ବିଭିନ୍ନ ଯୋଜନା ଗୁଡ଼ିକର ସଫଳ ରୂପାୟନରେ ପ୍ରମୁଖ ଭୂମିକା ନିର୍ବାହ କରିଛନ୍ତି । ବଡ଼ବର୍ଚ୍ଚିକୟାଁ ସ୍ଥିତ ସରକାରୀ କୃଷି ଫାର୍ମ ପରିସରରେ ବିଭିନ୍ନ ପ୍ରକାର ଚାଷ କରି ମହିଳାମାନଙ୍କୁ ସ୍ୱାବଳମ୍ବୀ କରିବାରେ ସମର୍ଥ ମଧ୍ୟ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *