ମାନସିକ ଦୁଶ୍ଚିନ୍ତାରେ ଯୁବକଙ୍କ ଆତ୍ମହତ୍ୟା

ଆନନ୍ଦପୁର:- ଆନନ୍ଦପୁର ବ୍ଲକ ଅନ୍ତର୍ଗତ ବେଲବାହାଳି ଗ୍ରାମ ତଳସାହିର ସୁଦର୍ଶନ ବିଶ୍ୱାଳଙ୍କ ସାନପୁଅ ସୁବ୍ରତ କୁମାର ବିଶ୍ବାଳ(୨୪) ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ସୂଚନା ଯୋଗ୍ୟକି ସେ କିଛିଦିନ ହେବ ମାନସିକ ଦୁଶ୍ଚିନ୍ତା ରେ ରହୁଥିଲେ । ଆଜି ସୁବ୍ରତ ତାଙ୍କ ନିଜ ଦୋକାନ କୁ ଯାଇଥିଲେ ଏବଂ ମଧ୍ୟାନ ରେ ଦୋକାନ ବନ୍ଦ କରି ଆସିବାପରେ ଘରେ ଖାଇପିଇ ରୁମ ର କବାଟ କୁ ଭିତରୁ ବନ୍ଦ କରି ଶୋଇଥିଲେ । ପରେ ଘରଲୋକ ତାଙ୍କୁ ଉଠାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ସେ କବାଟ ନ ଖୋଲିବାରୁ ଘରଲୋକ କବାଟ ଭାଙ୍ଗିବା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଦେଖିବାକୁ ପାଇଥିଲେ । ଘରଲୋକ ସଙ୍ଗେ ସଙ୍ଗେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ କୁ ତାଙ୍କୁ ଆଣିଥିଲେ କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ଘସିପୁରା ପୋଲିସ ସେଠାକୁ ଆସି ସବ କୁ ବ୍ୟବଛେଦ ପାଇଁ ପଠାଇବା ସହ ତଦନ୍ତ ଜାରିରଖିଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *